logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜୟପାଟଣା ରେ ପ୍ରେସ ଦିବସ ---------------------------------------


ଜୟପାଟଣା-ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ସ୍ଥାନୀୟ ପର୍ଶୁରାମ ପେଲେସ ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ମହା ସମାରୋହର ସହ ପାଳିତ ହୋଇଯାଇଛି। ଏସୋସିଏସନ ର ବରିଷ୍ଠ ସଦସ୍ୟ ସୁଶୀଲ ନାଏକ ଙ୍କ ଆବାହକତ୍ୱ ରେ ସମସ୍ତ ପ୍ରିଣ୍ଟ ମିଡ଼ିଆ,ଇଲେକ୍ଟ୍ରୋନିକ୍ସ ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ ରହିଥିଲେ। ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ର ସଭାପତି ଦିଲୀପ ରାଉତ ଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ ଜୟପାଟଣା ଶାଖା ମ୍ୟାନେଜର ପ୍ରଭାକର ଦାସ, ମୁଖ୍ୟ ବକ୍ତା ଅଂଚଳର ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଭାସ୍କର ପ୍ରସାଦ ବେହେରା, ବରିଷ୍ଠ ସାମ୍ବାଦିକ ପ୍ରାଣରଞ୍ଜନ ବେହେରା, ଅସରଫ ଅଲ୍ଲୀ, ସମାଜସେବୀ ରୁଦ୍ର ପ୍ରସାଦ ପାଣିଗ୍ରାହୀ, ଏଡ଼ଭୋକେଟ ଗଙ୍ଗାଧର ପାତ୍ର, ଯୋଗ ଦେଇଥିଲେ.। ଅଗ୍ରପୁଜ୍ୟ ଗଣେଶ ଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣପୁର୍ବକ ପୂଜାର୍ଚନା କରା ଯିବା ପରେ, ପ୍ରତ୍ୟେକ ସାମ୍ବାଦିକ ନିଷ୍ଠାପର, ନିର୍ଭିକ, ଭାବେ ପ୍ରତ୍ୟେକ ଖବରକୁ ଟିକିନିଖି ତନଖି ଖବର ପ୍ରଚାର, ପ୍ରସାର କରିବା ମୁଖ୍ୟ ଦାୟିତ୍ୱ ରହିଛି। ତୃଣମୂଳ ସ୍ତରରୁ ଅନ୍ୟାୟ ବିରୁଦ୍ଧରେ କଲମ ମୁନରେ ସ୍ୱର ଉତ୍ତୋଳନ ସହ, ଜନସାଧାରଣଙ୍କ ଉନ୍ନତି, ପ୍ରଗତି କାର୍ଯ୍ୟ ମାନଙ୍କରେ ସାମ୍ବାଦିକ ଛିଡ଼ାହୋଇ ଦାବିହାସଲ କରେଇବା ଭୂମିକା ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏହିଶିବିର ରେ ସାମ୍ବାଦିକ ଚିତ୍ରସେନ ବାଗ, ରାଜେନ୍ଦ୍ରପ୍ରସାଦ ପଣ୍ଡା, ବ୍ୟମୋକେଶ ପଣ୍ଡା, ରଶ୍ମି ରଞ୍ଜନ ଠାକୁର, ଜୀବନ ପ୍ରସାଦ କନ୍ଦ ପାନ, ମୃଣ୍ମୟ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିବାବେଳେ ସାମ୍ବାଦିକ ଗୋଲାପସାହୁ ଅତିଥି ପରିଚୟ, ମଞ୍ଚପରିଚାଳନା କରିଥିଲେ। ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

36
1192 views

Comment