
*"ପ୍ରେସ ସ୍ଵାଧୀନତା ଉପରେ କୃତିମ ବୁଦ୍ଧିମତା ର ପ୍ରଭାବ"*
*ଜାତୀୟ ପ୍ରେସ ଦିବସ-୨୦୨୫ ପାଳିତ*
ଦାମନଯୋଡି: ଆଜିର ଅତ୍ୟାଧୁନିକ ଡିଜିଟାଲ ଯୁଗରେ କୃତ୍ରିମ ବୁଦ୍ଧି ବା ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ (A I) ପ୍ରତି ସମୟରେ ଓ ପ୍ରତି କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରି ଚାଲିଛି । ଏହାର ପ୍ରଭାବରେ ଭଲ ଓ ମନ୍ଦ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି ସମାନ୍ତରାଳ ଭାବେ ଗତିଶୀଳ । ଏହାକୁ ନେଇ ଜାତୀୟ ପ୍ରେସ ଦିବସ -୨୦୨୫ ପାଳନ ଅବସରରେ "ପ୍ରେସ ସ୍ଵାଧୀନତା ଉପରେ କୃତ୍ରିମ ବୁଦ୍ଧିମତା ର ପ୍ରଭାବ" ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ନାଲକୋ କମ୍ୟୁନିଟି ସେଣ୍ଟର ପରିସରରେ ଉତ୍କଳ ସାମ୍ବାଦିକ ସଂଘ, କୋରାପୁଟ ଜିଲ୍ଲା ଶାଖା ଓ ମିଡିଆ ହାଉସ୍, ଦାମନଯୋଡି ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଲକୋ ର ଅର୍ଥ ବିଭାଗ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ଗୁପ୍ତା ଓ ସମ୍ମାନୀତ ଅତିଥି ଭାବରେ ଖଣି ବିଭାଗ ମୁଖ୍ୟ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ, ଶିଳ୍ପ ସୁରକ୍ଷା ବାହିନୀ ର ବରିଷ୍ଠ କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟ, ଦାମନଯୋଡି ଥାନା ଅଧିକାରୀଣୀ ଶ୍ରୀମତୀ ପ୍ରମିଳା ବିଡ଼ିକା, ଉତ୍କଳ ସାମ୍ବାଦିକ ସଂଘ କୋରାପୁଟ ଜିଲ୍ଲା ର ସଭାପତି କେ ଶ୍ରୀନିବାସ ରାଓ, ମିଡିଆ ହାଉସ୍ ଦାମନଯୋଡି ର ସଭାପତି ନରସିଂହ ବ୍ରହ୍ମା, ଉତ୍କଳ ସାମ୍ବାଦିକ ସଂଘ କୋରାପୁଟ ର ଉପ ସଭାପତି ଜୟସିଂହ ପଡ଼ାସେଟ୍ଟି, ଉପ ସଭାପତି ତ୍ରିନାଥ ଖରା ପ୍ରମୁଖ ମଞ୍ଚାସୀନ ଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା କେ ବି କେ ସମାଚାର ଖବରକାଗଜ ର ସମ୍ପାଦକ ବିନୋଦ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶୀର୍ଷକ ବିଷୟ ଉପରେ ସବିଶେଷ ଆଲୋକପାତ କରିଥିଲେ । ଇତି ଅବସରରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ତ୍ରିଲୋଚନ ମହାରଣା ଓ ଦୈନିକ ଖବରକାଗଜ ସୁନାବେଡା ପ୍ରତିନିଧି କୃତିବାସ ପ୍ରଧାନ ଙ୍କୁ "ସାମ୍ବାଦିକ ଗୌରବ ସମ୍ମାନ" ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଆଦି ପ୍ରଦାନ କରାଯାଇଥିଲା । ଅନ୍ୟ ପକ୍ଷରେ ମିଡିଆ ହାଉସ୍ ଦାମନଯୋଡି ର ପ୍ରତିଷ୍ଠାତା ଆଇନ ପରାମର୍ଶଦାତା ପିତାମ୍ବର ସାହୁ ଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଜିଲ୍ଲାର କୋଣ ଅନୁକୋଣ ରୁ ଆସିଥିବା ୫୦ ସାମ୍ବାଦିକ ଙ୍କୁ "ସାମ୍ବାଦିକ ପ୍ରତିଭା ସମ୍ମାନ" ପ୍ରଦାନ କରାଯାଇଥିଲା । ମିଡିଆ ହାଉସ୍ ଦାମନଯୋଡି ର ସଧାରଣ ସମ୍ପାଦକ ମାନସ ରଞ୍ଜନ କର ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଗଠନ ସମ୍ପାଦକ ଚୈତନ୍ୟ ହନ୍ତାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପ ସଭାପତି ସୁଦର୍ଶନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘ ଓ ମିଡିଆ ହାଉସ୍ ର ଜଳେନ୍ଦ୍ର ତ୍ରିପାଠୀ ,ଅରୁଣ ଓଝା, ବିଜୟ କୁମାର, ସୋମନାଥ ସାମନ୍ତରାୟ, ଅଜୟ କୁମାର ଜେନା, ଅଶୋକ କୁମାର ମହାନ୍ତି, ବିଜୟ କୁମାର ଆଚାର୍ଯ୍ୟ ଙ୍କ ସମେତ ସମସ୍ତ ସଦସ୍ୟ ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।