logo

ମା ଭଣେଶ୍ୱରୀ ଫୁଟବଲ କ୍ଲବ ଡେରଙ୍ଗ, ୭ମ ତମ ବାର୍ଷକ ଫୁଟବଲ କ୍ରୀଡା ପ୍ରତିଯୋଗିତା

ମା ଭଣେଶ୍ୱରୀ ଫୁଟବଲ କ୍ଲବ ଡେରଙ୍ଗ, ୭ମ ତମ ବାର୍ଷକ ଫୁଟବଲ କ୍ରୀଡା ପ୍ରତିଯୋଗିତା

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ:ଡେରଙ୍ଗ ପଂଚାୟତ ଅଧିନ ଡେରଙ୍ଗ ମଝିସାହି ଫୁଟବଲ ଖେଳପଡିଆ ଠାରେ ମା ଭଣେଶ୍ୱରୀ ଫୁଟବଲ କ୍ଲବ ଡେରଙ୍ଗ, ୭ମ ତମ ବାର୍ଷକ ଫୁଟବଲ କ୍ରୀଡା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି,ଏହି ପ୍ରତିଯୋଗିତାରେ ସନ୍ତୋଷ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡ଼ା ପତାକା ଉତୋଳନ କରି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଫୁଟବଲ କ୍ରୀଡା ପାଇଁ ଅମୂଲ୍ୟ ସମ୍ପଦ ଓ ଏହା ଶରୀରକୁ ସୁସ୍ଥ ଓ ମନକୁ ପ୍ରଫୁଲ୍ଲ ରଖେ ବୋଲି ସେ ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଭାବେ ଡେରଙ୍ଗ ମଝିର ଗାଁ ସଭାପତି ପ୍ରଶ୍ନ କୁମାର ନାୟକ, ଦେହୁରୀସାହି ଗାଁ ସଭାପତି ବାନାବର ସାହୁ, ସତ୍ୟାନନ୍ଦ ନାୟକ, ସମିତି ସଭ୍ୟ ସନ୍ତୋଷ ନାଏକ, ଅନିଲ ବେହେରା, ଲିଙ୍ଗରାଜ ମହାନ୍ତି, ଜିତେନ୍ କୁମାର ସାହୁ,ପ୍ରଶ୍ନ କୁମାର ନାୟକ ଯୋଗଦେଇ ଶରୀର ଗଠନରେ କ୍ରୀଡାର ଭୂମିକା ଓ ମାନସିକ ଅବସାଦରୁ କିପରି ମୁକ୍ତ ରଖେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହାଛଡା ପ୍ରତିଯୋଗିତା ମୂଳକ ମନୋଭାବ ରଖି ଖେଳିଲେ ଭବିଷ୍ୟତରେ ଜଣେ ଶ୍ରେଷ୍ଠ ଖେଳାଳି ଭାବେ ସୁନାମ ଅର୍ଜନ କରିପାରିବ ବୋଲି ବକ୍ତାମାନେ କହିଥିଲେ ।ଫୁଟବଲ ଖେଳରେ ଭାଗ ନେଇଥିଲେ ୧୦ଟି ଦଳ ଏଥି ମଧ୍ୟରୁ ଦୁଇଟି ଫାଇନାଲକୁ ଯାଇଥିଲେ ଫାଇନାଲ ରେ ରକଶବାହାଳ ସହିତ ଏନ ଟି ପି ସି, ଏକ ରମାଚକର ମ୍ୟାଚ ହୋଇଥିଲା ଏଥିରେ ରକଶବାହାଳ ବିଜୟୀ ଲାଭ କରିଥିଲା ୧୦ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ପରାଜୟ ଦଳକୁ ୮ହଜାର ଟଙ୍କା ପ୍ରଦାନ କରିଥିଲେ, ପ୍ରମୁଖ ଏହି କ୍ରୀଡା ପ୍ରତିଯୋଗୀତାରେ ଡେରଙ୍ଗ ଗ୍ରାମର ଦୁଇଟିର ସଭାପତି ଓ ସମ୍ପାଦକ ପରିଚାଳନା କରିଥିଲେ ।

29
2057 views