logo

ଦୁର୍ଗମ ଫଗୁଣସିନେରୀରେ ସ୍ବାସ୍ଥ୍ୟ ଶିବିର:୧୬୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଦାମନଯୋଡ଼ି,୨୦/୧୧:ପଟ୍ଟାଙ୍ଗି ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିବାଦୀୟ ତଥା ଦୁର୍ଗମ ଅଞ୍ଚଳ ଫଗୁଣସିନେରୀ ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ବିଭିନ୍ନ ଗ୍ରାମର ୧୬୨ବ୍ୟକ୍ତି ଯୋଗ ଦେଇଥିଲେ।୩୨ ଜଣ ଶିଶୁ,୩୭ଚକ୍ଷୁ ରୋଗୀ ଓ ୯୩ଜଣ ଅନ୍ୟ ସାଧାରଣ ରୋଗୀ ଯୋଗ ଦେଇଥିଲେ।ରୋଗୀଙ୍କର ରକ୍ତଚାପ,ରକ୍ତଶର୍କରା ଆଦି ଅଣ ସଂକ୍ରାମକ ରୋଗ ପରୀକ୍ଷା ଓ ପରାମର୍ଶ ସହିତ ରୋଗୀଙ୍କୁ ଔଷଧ ବଣ୍ଟନ କରାଯାଇଥିଲା।ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା.ଭାଗବତ ମୁର୍ମୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ଶିବିରରେ ଶିଶୁରୋଗ ବିଶେଷଜ୍ଞ ଡ଼ାଃ ଶମ୍ଭୁ ଶଙ୍କର ପାତ୍ର, ପଟ୍ଟାଙ୍ଗି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାଃ ରାକେଶ ବିଶ୍ୱାଳ,ଡ଼ାଃ ଦୁର୍ଗା ମାଧବ ପଣ୍ଡା ଓ ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ଯୋଗଦେଇ ରୋଗୀ ଚିକିତ୍ସା କରିଥିଲେ।ବିପିଏମ ମଧୁଲିକା ପାଢ଼ୀ,ପିଏଚଇଓ ଆରତୀ ଗୁଡ଼ିଆ ଓ ସୁପରଭାଇଜର ସୁବ୍ରତ ଶର୍ମା ଶିବିର ଆୟୋଜନର ନେତୃତ୍ବ ନେଇଥିଲେ।ଫାର୍ମାସୀ ଅଧିକାରୀ ଲକ୍ଷ୍ମଣ ପାଣିଗ୍ରାହୀ ଓ ନିରଞ୍ଜନ ରଣା,ଭିବିଡିଟିଏସ ସୌମ୍ୟ ରଞ୍ଜନ ମିଶ୍ର,ଏଲ ଟି ଅନିତା ନାଗ,ସ୍ବାସ୍ଥ୍ୟକର୍ମୀ ସୁବାସ ଚପାଡ଼ି ଓ ସୁନୀତା ତାଡ଼ିଙ୍ଗି,କର୍ମଚାରୀ ରାଜୁ ହନ୍ତାଳ ଓ ଜଗବନ୍ଧୁ ଗେମେଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ଅଙ୍ଗନୱାଡ଼ି କର୍ମୀ କାନ୍ତାମଣି ଖରା,ଗୀତାଞ୍ଜଳି ଫୁଲ ଓ ତିମୁଲି ହରେକା, ଆଶାକର୍ମୀ ଆନନ୍ଦିନି ନାଗ,ମିନତୀ ହରେକା,ଦିପାଇ ପାଙ୍ଗି ଓ ବାନ୍ଦ ତାଡ଼ିଙ୍ଗି,ଅଙ୍ଗନୱାଡ଼ି ସହାୟିକା ଆଶା ପାଙ୍ଗି ଓ ରତ୍ନମଣି ଖିଲ ସହଯୋଗ କରିଥିଲେ।

44
2700 views