logo

ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ,ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ମହାସମାରୋହରେ ପାଳିତ, ଦାମନଯୋଡି,କୋରାପୁଟ, ଓଡ଼ିଶା ।ତା୨୧/୧୧/୨୫(ଶୁକ୍ରବାର)

ଡଃ ହରେକୃଷ୍ଣ ମହତାବ ଜୟନ୍ତୀ ପାଳିତ
-----------------------------------
ଦାମନଯୋଡି,୨୧/୧୧
ନାଲକୋ କମ୍ୟୁନିଟି ସେଣ୍ଟର ଠାରେ ମିଡ଼ିଆ ହାଉସ ଦାମନଯୋଡି ଏବଂ ବର୍ଷା ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ୧୨୫ତମ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ନରସିଂହ ବ୍ରହ୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ ଅଶୋକ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାହିତ୍ୟିକ ଅକ୍ଷୟ କୁମାର ଜେନା, ଡଃ ଜଲେନ୍ଦ୍ର ତ୍ରିପାଠୀ , ଚୈତନ୍ୟ ହନ୍ତାଳ, ସୁଦର୍ଶନ ସେନାପତି,ବିଜୟ କୁମାର ଆଚାର୍ଯ୍ୟ, ଦେବେନ୍ଦ୍ର ରାଜୁ,ଅଜୟ କୁମାର ଜେନା, ଅଶୋକ ସେଠୀ, ପ୍ରମୁଖ ଉପସ୍ଥିତ ରହି ମହତାବ ଙ୍କ ସ୍ମୃତି ଚାରଣ କରିଥିଲେ। ଓଡ଼ିଶା ର ପ୍ରଥମ ମୂଖ୍ୟମନ୍ତ୍ରୀ, ସାମ୍ବାଦିକ, ସାହିତ୍ୟିକ,ନବ ଓଡ଼ିଶାର ନିର୍ମାତା ଥିଲେ ଡଃ ହରେକୃଷ୍ଣ ମହତାବ। ତାଙ୍କ ପ୍ରଚେଷ୍ଟାରେ ଗଡ଼ଜାତ ରାଜ୍ୟ ଓଡ଼ିଶା ରେ ମିଶ୍ରଣ ହୋଇଥିଲା। ସେଭଳି ଜଣେ ମହାପୁରୁଷ ଙ୍କୁ ଭାରତ ରତ୍ନ ସମ୍ମାନ ରେ ସମ୍ମାନିତ କରିବାକୁ ଅତିଥି ମାନେ ମତପ୍ରକାଶ କରିଥିଲେ। ଶେଷରେ ବର୍ଷା ସାହିତ୍ୟ ସଂସଦ ର ସମ୍ପାଦକ ଶ୍ରୀଧର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ।

112
2714 views