logo

*ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜୟନ୍ତୀ ପାଳିତ*


ଦାମନଯୋଡି: ଅବିଭକ୍ତ କୋରାପୁଟ ସଂଗ୍ରାମୀ ମାଟିର ବରପୁତ୍ର ସହିଦ୍ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବ ନାଲକୋ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ପାଳିତ କରାଯାଇଥିଲା । ମାଥଲପୁଟ ବସ୍ ଷ୍ଟାଣ୍ଡ ନିକଟରେ ଥିବା ସହିଦ ଲକ୍ଷ୍ମଣ ଙ୍କ ପ୍ରତି ମୁର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୂଖ୍ୟ ଅତିଥି ଓ ସ୍ବର୍ଗତ ନାୟକ ଙ୍କ ନାତି ମଧୁ ନାୟକ ଙ୍କ ସମେତ ନାଲକୋ ର ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ସମୁହ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କୋରାପୁଟ ଡି ଏ ଭି କଲେଜ ର ଅର୍ଥଶାସ୍ତ୍ର ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ପୂର୍ଣ୍ଣ ଚନ୍ଦ୍ର ତନ୍ତୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସହିଦ୍ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ପରିଷଦ ପ୍ରାର୍ଥୀ , ଆଦିବାସୀ ନେତା, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ମାନେ ଅତିଥି ଭାବେ ଯୋଗ ଦେଇ ସହିଦ୍ ଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧା ସୁମନ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଆଲୁମିନା ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନେ ସଙ୍ଗୀତ ଗାନ କରିଥିଲେ। ନାଲକୋ ଅଧିକାରୀ ମନୋରଞ୍ଜନ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀଧର ପରିଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଦିବାସୀ ଜାତି ଓ ଜନଜାତି ଜନମଙ୍ଗଳ ସଂଘ ପକ୍ଷରୁ ଲକ୍ଷ୍ମଣ ନାୟକଙ୍କ ନାତି ଏବଂ ପରିବାରର ବର୍ଗ ଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସଂଘ ର ସାଧାରଣ ସମ୍ପାଦକ ରବିକାନ୍ତ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

56
837 views