logo

ବିପୁଳ ପରିମାଣର ମଦ ସହ ସ୍କୁଟି ସମେତ ବେପାରୀ ଗିରଫ

ଖୋର୍ଦ୍ଧା,୨୨.୧୧.୨୫(ଏ.ଆଇ.ଏମ.ଏ): ମଦ ବେପାରୀର ପିଛା କରି ମଦ ବୋଝେଇ ସ୍କୁଟି ସମେତ ବେପାରୀ କୁ ମାଡି ବସିଥିଲା ପୋଲିସ। ସୁଚନାରୁ ଜଣାପଡିଛି ଛଣଗିରି ଗ୍ରାମର ଜଣେ ମଦ ବେପାରୀ ଗୋଟିଏ ଟିଭିଏସ ସ୍କୁଟି ରେ ବେଆଇନ ଭାବେ ବିଦେଶୀ ମଦ ନେଇ ଯାଉଥିବା ଖବର ପାଇଥିଲା ପୋଲିସ।ବେପାରୀ ଜଣଙ୍କୁ ଧରିବା ପାଇଁ ପୋଲିସ ପିଛା କରିଥିଲା। ବେପାରୀ ଜଣଙ୍କ ପୋଲିସ ପିଛା କରୁଥିବା ଜାଣିପାରି ଖସିଯିବାକୁ ଚେଷ୍ଟା କରି ଭୋଇସାହି ଗାଁ ନିକଟରେ ଖସି ଯିବାକୁ ଚେଷ୍ଟା କରୁଥିଲା ବେଳେ ପୋଲିସ ଗୋଡେଇ ଗୋଡାଇ ବେପାରୀ କୁ ଧରିବାରେ ସଫଳ ହୋଇଛି। ବେପାରୀ ନିକଟରୂ ଗୋଟିଏ ସ୍କୁଟି ସହ ୪୪ ଲିଟର ୯୭୫ ମିଲି ବିଦେଶୀ ମଦ ଜବତ କରିଛି।ବେପାରୀ ଜଣଙ୍କ ଛଣଗିର ଗ୍ରାମର ପଦ୍ମଲୋଚନ ବଳିୟାରସିଂହ। ପଦ୍ମଲୋଚନ କୁ କୋର୍ଟ ଚାଲାଣ କରିଛି ପୋଲିସ।

104
1004 views