logo

ନିଶlଗ୍ରସ୍ତ ଗାଡି ଚାଳକ ଙ୍କୁ ଲଗାମ : ତଣ୍ଡ ଗଣିଲେ ୩ ଲକ୍ଷ ୬୮ ହଜାର

ଖୋର୍ଦ୍ଧା,୨୩.୧୧.(ଏ.ଆଇ.ଏମ.ଏ):ଖୋର୍ଦ୍ଧା ପରିବହନ ବିଭାଗ ଓ ନିରାକାରପୁର ପୋଲିସ ପକ୍ଷରୁ ନୂଆ ଜଗନ୍ନାଥ ସଡ଼କ ରାମେଶ୍ୱର ଛକ ରେ ଯାଞ୍ଚ କରାଯାଇ ବେପରୁଆ ଗାଡି ଚlଳକ ଙ୍କ ଉପରେ ଲଗାମ ଦିଆଯାଇଛି l ନିଶଗ୍ରସ୍ତ ଗାଡି ଚାଳକ, ଫିଟନେସ, ହେଲମେଟ, ସିଟ ବେଲ୍ଟ, ବୀମା ଓ ପରମିଟ ଉପରେ ଗୁରୁତ୍ୱ ଦିଆଯାଇ ଯାଞ୍ଚ କରାଯାଇଥିଲା ସେମାନଙ୍କ ଠାରୁ ଏହି ବାବଦରେ ୩.୬୮ ଲକ୍ଷ ଜୋରିମାନା ହୋଇଥିବା ବେଳେ ୮ ଜଣ ନିଶଗ୍ରସ୍ତ ଗାଡି ଚାଳକଙ୍କୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା l ଖୋର୍ଦ୍ଧା ପରିବହନ ବିଭାଗ ସବଇନିସ୍ପେକ୍ଟର ତୃପ୍ତିରେଖା ଜେନା ଓ ନିରାକାରପୁର ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଙ୍କ ନିର୍ଦ୍ଧେଶରେ ଏସ.ଆଇ ଦିପାଲିଶା ନାୟକ ଏ.ଏସ.ଆଇ ଗୁପ୍ତ ପ୍ରସାଦ ମହାନ୍ତି ଓ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ l

0
0 views