logo

ଶ୍ରୀସତ୍ଯସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ମହାସମାରୋହରେ ପାଳିତ, ଦାମନଯୋଡି,କୋରାପୁଟ, ଓଡିଶା,ତା୨୩/୧୧/୨୫(ରବିବାର)

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ
ମାଥାଲପୁଟ,୨୪।୧୧(ନି.ପ୍ର): ନାଲକୋ ଟାଉନସିପ ଦାମନଯୋଡି ସ୍ଥିତ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସଙ୍ଗଠନର କନଭେନର ପ୍ରଶାନ୍ତ ନାୟକଙ୍କ ତତ୍ତ୍ଵାବଧାନରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ଶ୍ରୀ ସତ୍ୟସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ଓମ୍ କାରମ୍, ସୁପ୍ରଭାତମ୍, ନଗର ସଙ୍କୀର୍ତ୍ତନ, ପାଲିଙ୍କି ଯାତ୍ରା ପରେ ଷୋଡ଼ଶ ଉପଚାର ଓ ଲକ୍ଷାର୍ଚନା ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସମୟରେ ଝୁଲା କାର୍ଯ୍ୟକ୍ରମ, ଭଜନ, ସମୂହ ଦୀପଦାନ, ସର୍ବଧର୍ମ ପ୍ରାର୍ଥନା, ଭକ୍ତି ସଙ୍ଗୀତ, ଦିବ୍ୟ ସମ୍ଭାଷଣ ଓ ମଙ୍ଗଳ ଆଳତୀ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବାବା ସମିତି ପକ୍ଷରୁ ନିରାଶ୍ରୟ ଗରୀବ ବୃଦ୍ଧ ବୃଦ୍ଧାମାନଙ୍କୁ ଶୀତବସ୍ତ୍ର ସହିତ ରାସନ ସାମଗ୍ରୀ ବଣ୍ଟନ ଓ ନାରାୟଣ ସେବା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସାଇ ପ୍ରିୟା ସାହୁ ସଂଯୋଜନା କରିଥିବା ବେଳେ ବୃନ୍ଦାବନ ଖଣ୍ଡୁଆଳ ସଙ୍ଗୀତ ପରିଚାଳନା କରିଥିଲେ। ଡାକ୍ତର ସତ୍ୟବ୍ରତ ମିଶ୍ର, ଡଃ ରାଜେନ୍ଦ୍ର କୁମାର ପଣ୍ଡା,ଅନାମ ଚରଣ ନାୟକ, ସଦାଶିବ ପତ୍ରୀ,ବିନୋଦ ଚନ୍ଦ୍ର ସାହୁ, ଜିତେନ୍ଦ୍ର କୁମାର ପାଢ଼ୀ, କେଦାରେଶ୍ୱର କଡଗରାୟ, ସବିତା ପାଣିଗ୍ରାହୀ, ନବ କିଶୋର ମହାପାତ୍ର, ମୁକ୍ତିକାନ୍ତ ଦାଶ, ବ୍ରହ୍ମାନନ୍ଦ ସାମଲ, ଆଶାଳତା ପଣ୍ଡା, ଅନିତା ଭୋଇ, ଲଲିତେନ୍ଦୁ ପଣ୍ଡା ପ୍ରମୁଖ ପରିଚାଳନାରେ ସହାୟତା କରିଥିବା ବେଳେ ସଙ୍ଗଠନର ସଦସ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ।

167
3287 views