logo

ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ ଓ ବିକାଶ କାର୍ଯ୍ୟକ୍ରମ ର 3 ଦିନିଆଁ ତାଲିମ ଶିବିର ଅନୁଷ୍ଠିତ l

ଅନୁଗୋଳ (କରୁଣାକର ନାୟକ)26/11
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ସ୍ଥିତ ସରକାରୀ ଚିକିତ୍ସାଳୟ ଠାରେ ତା. 24.11.2025 ରୁ 26.11.2025 ପଯ୍ୟନ୍ତ ବିଶ୍ୱ ଯୁବ କେନ୍ଦ୍ର ଓ ବେସିକ ନୀଡ଼ ଇଣ୍ଡିଆ ର ସହଯୋଗ ରେ ଠାକୁରଗଡ PHC ରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିର ରେ ବିଶ୍ୱ ଯୁବ କେନ୍ଦ୍ର ର ପ୍ରେସିଡେଣ୍ଟ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ମାନସିକ ସ୍ୱାସ୍ଥ୍ୟ ବିଭାଗ ରୁ ଶ୍ରୀ ଲିଙ୍ଗରାଜ ବେହେରା (PSY), ଶ୍ରୀମତୀ ତପସ୍ୱିନୀ ମିଶ୍ର CHO, ଠାକୁରଗଡ, ମିସ ମାନସ୍ବିନୀ ପାତ୍ର,ସଂଯୋଜିକା ଜ୍ୟୋସ୍ମିତା ପ୍ରଧାନ, କ୍ଷେତ୍ର ଅଧିକାରୀ, ଯୋଗ ଶିକ୍ଷକ, ବବି ରାଣୀ ସାହୁ ଓ 10 ଜଣ ଗୋଷ୍ଠୀ ସହାୟକ ଓ ସହାୟିକା ଯୋଗ ଦେଇଥିଲେ। ଏହି ତାଲିମ ଶିବିର ର ରେ ସାଇକୋ
ଏଜୁକେସନ, ଗୋଷ୍ଠୀ ସହାୟକ ଙ୍କର ଭୂମିକା, ମାନସିକ ରୋଗ, ତାର ପ୍ରକାର, କାରଣ, ଲକ୍ଷଣ, ଇ ସଂଜୀବନୀ, ଚିକିତ୍ସା, ଭିନ୍ନକ୍ଷମ ଭତ୍ତା, ପ୍ରମାଣପତ୍ର, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଙ୍କର ଭୂମିକା, ଗୂଞ୍ଜନ, ରେଜିଷ୍ଟ୍ରର ରେ ତଥ୍ୟ ପଞ୍ଜିକରଣ, ପରିବାର ସହାୟତା ଗୋଷ୍ଟି ଓ ତାର ଭୂମିକା ଓ ଆଗାମୀ ମାସ ର କାର୍ଯ୍ୟସୁଚି ପ୍ରସ୍ତୁତ କରା ଯାଇଥିଲା ଓ ତାଲିମ ର ଅନ୍ତିମ ପର୍ଯ୍ୟାୟ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

99
1821 views