logo

ବିଶାଳ ସୁଭଦ୍ରା ଶକ୍ତି ଋଣ ବଣ୍ଟନ ମେଳା ଅନୁଷ୍ଠିତ: ତୃଣମୂଳସ୍ତରରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ମୂଳ ଲକ୍ଷ୍ୟ

ବିଶାଳ ସୁଭଦ୍ରା ଶକ୍ତି ଋଣ ବଣ୍ଟନ ମେଳା ଅନୁଷ୍ଠିତ :
ତୃଣମୂଳସ୍ତରରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ମୂଳ ଲକ୍ଷ୍ୟ

କେନ୍ଦୁଝର, ୨୫।୧୧ ଆଜି ତା ୨୫.୧୧.୨୦୨୫ ରିଖ ପୂର୍ବାହ୍ନ ରେ କେନ୍ଦୁଝର ସ୍ଥିତ ଅଡିଟୋରିଅମ ଠାରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନର ମିଳିତ ସହଭାଗିତାରେ ଏକ ବିଶାଳ ଋଣ ପ୍ରଦାନ ମେଳା ଅନୁଷ୍ଠିତ ହୋଇ ଯାଇଅଛି I
ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଅବଦାନକୁ ଆଲୋକପାତ କରିଥିଲେ I ସମ୍ମାନିତ ଅତିଥି ଭାବେ କେନ୍ଦୁଝର ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୁଷଣ, ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ହୀରାଲାଲ ମହାମଲିକ, ନାବାର୍ଡ ଅଧିକାରୀ ଶ୍ରୀଯୁକ୍ତ କୂରେଷ କୁମାର ନାୟକ, ଓ.ଜି.ବି. ର ମହାପ୍ରବନ୍ଧକ ଶ୍ରୀଯୁକ୍ତ ବାସୁଦେବ ରାଉତରାୟ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ପରିଚାଳକ ଶ୍ରୀଯୁକ୍ତ ସତ୍ୟବ୍ରତ ନନ୍ଦ ଯୋଗ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ମଧ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ମିଶନ ଶକ୍ତି ସମିଧା ପାଢ଼ୀ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପବିତ୍ରମୋହନ ବାରା ଯୋଗ ଦେଇ ସଭାକୁ ଉତ୍ସIହିତ କରିଥିଲେ I
ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଅନ୍ୟାନ୍ୟ ସରକାରୀ ସ୍ପନସରସିପ ଋଣ ପ୍ରାପ୍ତିର ଆବଣ୍ଟନ ପତ୍ର ପ୍ରଦାନ କରାଯାଇଥିଲା I ତନ୍ମଧ୍ୟରୁ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ରେ ୧୦୦ କୋଟି ରୁ ଉର୍ଧ ରାଶି ମଞ୍ଜୁର କରାଯାଇଥିବା ବେଳେ ଅନ୍ୟାନ୍ୟ ଯୋଜନା ଯଥା ମଞ୍ଜୁର କରାଯାଇଥିଲା I
କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ବ୍ୟବସାୟ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ଗୌରୀ ଶଙ୍କର ଦାଶ , କାର୍ଯ୍ୟ ସମ୍ପାଦନ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସେଠୀ ଏବଂ ଖୁଚୁରା ଋଣ ବିଭାଗ ମୁଖ୍ୟ ଜ୍ୟୋତି ବିକାଶ ପଣ୍ଡା ସଭାକୁ ପରିଚାଳନା କରିଥିଲେ I
ଋଣ ବିଭାଗ ପରିଚାଳିକା ସୀମା ସର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧିକାରୀ ସତ୍ୟରଞ୍ଜନ ପ୍ୟାରୀମୋହନ ସ୍ୱାଇଁ, ଅଭିମନ୍ୟୁ ବେହେରା, ବିଶ୍ୱନାଥ ନାୟକ ତଥା ଅଧିକାରିଣୀ ତମସ୍ବିନୀ ସେଠୀ , ସ୍ନେହାପ୍ରଭା ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା ଦିଗ ରେ ସହଯୋଗ କରିଥିଲେ I

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792

15
350 views