logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା ତାରା ତାରିଣୀ ଙ୍କ ପୀଠରେ ଏନ.ଡି.ଆର.ଏଫ ଓ ଅଗ୍ନିଶମ ବିଭାଗ ତରଫରୁ ମକ ଡ୍ରିଲ l

ପୁରୁଷୋତ୍ତମପୁର (୨୭/୨୫): ପୁରୁଷୋତ୍ତମପୁର ଋଷିକୂଲ୍ୟା ନଦୀ ଅବବାହିକାରେ ଅବସ୍ତିତ ମା ତାରାତାରିଣୀ ପୀଠକୁ ଯିବା ପାଇଁ ଏକ ରୋପୱେ ର ବ୍ୟବସ୍ଥା ରହିଛି । ଗୁରୁବାର ଦିନ ସକାଳ ସମୟରେ ଏନ ଡ଼ି ଆର ଏଫ ଏବଂ ଅଗ୍ନିଶମ ବିଭାଗ ଦ୍ଵାରା ଏଠାରେ ଏକ ବାର୍ଷିକ ମକଡ୍ରିଲ ଏନଡିଆରଏଫ ଡେପୁଟି କମାଣ୍ଡର ନବୀନ ସିଂ ରାଣା ଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି ।ମକଡ୍ରିଲ ହେଉଛି ଏକ ପୂର୍ବପ୍ରସ୍ତୁତ ସାଧନା ଯାହା ଜରୁରୀକାଳୀନ ପରିସ୍ଥିତି ଅନ୍ୟମାନଙ୍କୁ ଏବଂ ଜନସମ୍ପତ୍ତିକୁ ରକ୍ଷା କରିବାକୁ ଶିକ୍ଷା ଦିଆଯାଏ। ଏନଡିଆରଏଫ ତରଫରୁ ଟିମ କମାଣ୍ଡର ଭାବେ ଏନ କେ ପ୍ରଧାନ (ଇନିସ୍ପେକଟର), ସେଫଟି ଇନିସ୍ପେକଟର ଭାବେ ରାଜ ପାଲ ଗୁଜ୍ଜର (ଏସ ଆଇ) ଓ ଲଜିସ୍ଟିକ ଏବଂ ଆଙ୍କରିଂ ଦାଇତ୍ୱ ପଙ୍କଜ ଖୁଲବେ (ଏସ ଆଇ) ନେଇଥିଲେ। ଏଥିରେ ସ୍ଥାନୀୟ ଅଗ୍ନି ଶ୍ରମ ବିଭାଗର ମୁଖ୍ୟ ଆଲୋକ କୁମାର ଦଳାଇଙ୍କ ସହିତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା ଯୋଗଦେଇଥିଲେ। ପ୍ରତିବର୍ଷ ଏଠାରେ ଏକ ବାର୍ଷିକ ମକଡ୍ରିଲ ପ୍ରତି ୬ମାସ ବ୍ୟବଧାନରେ ଆୟୋଜନ କରାଯାଇଥାଏ । ବିପଦ ସମୟରେ କିପରି ଏହାକୁ ବ୍ୟବହାର କରିବା ଉଚିତ ତାହା ପୂର୍ବରୁ ଜାଣିବା ଏବଂ ଭବିଷ୍ୟତରେ କୌଣସି ଅଘଟଣକୁ କିପରି ତୁରନ୍ତ ଏଡାଇ ଦିଆଯାଇପାରିବ ଏବଂ ବିପଦ ସମୟରେ ଲୋକମାନେ ଭୟ ନକରି ସଠିକ ପଦକ୍ଷେପ କିପରି ନେବେ। ମକଡ୍ରିଲ ଦ୍ୱାରା କେଉଁଠି ତ୍ରୁଟି ଅଛି, କେଉଁଠି ସୁଧାରଣ ଆବଶ୍ୟକ ତାହା ଜଣାଯାଏ। ଶ୍ରଦ୍ଧାଳୁ ମାନଙ୍କୁ କିପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସେଥିରୁ ଉଦ୍ଧାର କରାଯାଇପାରିବା ସହିତ ଅଗ୍ନିଶମ ବାହିନୀ, ପୋଲିସ୍,ଏନ‌ଡି‌ଆର‌ଏଫ୍, ସିଭିଲ ଡିଫେନ୍ସ ଇତ୍ୟାଦି ସଂଗଠନର କାର୍ଯ୍ୟକୁ ସମନ୍ୱୟ କରିବା ଏହାର ଉଦେଶ୍ୟ ରହିଛି।

58
1799 views

Comment