logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେଣ୍ଡଲ ଭିଜିଲ୍‌ରେ HIV ସଚେତନତା— ନବରଙ୍ଗପୁରରେ ପ୍ରଜ୍ୱଳିତ ହେଲା ସମବେଦନାର ଆଲୋକ






ନବରଙ୍ଗପୁର, 27 ନଭେମ୍ବର:
ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ତରଫରୁ ବୁଧବାର ସନ୍ଧ୍ୟାରେ HIV ସଚେତନତା ସହ ଏକ କେଣ୍ଡଲ ଭିଜିଲ୍‌ ଅନୁଷ୍ଠିତ ହେଲା। “HIV ସଚେତନତା ଓ ନିର୍ମୂଳନ ପାଇଁ ସମବେଦନାର କାଣ୍ଡଲ୍‌” ଶିରୋନାମାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥା ଓ ବିଭାଗ ଲୋକଙ୍କ ଯୋଗଦାନ ଦେଖାଗଲା।

ଜିଲ୍ଲା ମାଧ୍ୟମିକ ଶାଳା ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା କେଣ୍ଡଲ ଭିଜିଲ୍‌ରେ ଜିଲ୍ଲା ଏପିଡିମିଓଲୋଜିଷ୍ଟ ଡା. ରବିନ ବାରିକ, ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ମନୋଜ କୁମାର ବେହେରା, ଏପିଡିଇମିଓଲୋଜିଷ୍ଟ ଡା. ଇବ୍ରାହିମ ଶେଖ, P.D (TI–GVS) ଅଧିକାରୀଙ୍କ ସହିତ ବିକାଶ ଭବନ, DISHA, ZSS ଓ TI-GVS ର କର୍ମୀମାନେ ଯୋଗଦାନ କରି ଦୀପପ୍ରଜ୍ୱଳନ କଲେ।

ସଭାରେ ଅଭିଭାଷଣ ଦେଇ କଥାହେଉଛନ୍ତି—
HIV ସଂକ୍ରମଣ ପ୍ରତିରୋଧ, ସଚେତନତା ଓ ସମାଜର ସାମୂହିକ ଭୂମିକାକୁ ଜୋର ଦେବା ଆବଶ୍ୟକ। ଏହି ପରିକଳ୍ପନା ସମ୍ମିଳିତ ଚେଷ୍ଟାରେ ସଫଳ ହୋଇପାରିବ ବୋଲି ଅଧିକାରୀମାନେ ଉଲ୍ଲେଖ କଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ HIV ସମ୍ପର୍କରେ ଲୋକଜନଙ୍କ ଭ୍ରାନ୍ତି ଦୂର କରିବା, ସଚେତନତା ବୃଦ୍ଧି ଓ ପ୍ରତିରୋଧ ଉପାୟ ସମ୍ପର୍କରେ ସମାଜକୁ ମେସେଜ୍‌ ଦିଆଯାଇଥିଲା।


31
374 views

Comment