logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆନନ୍ଦପୁର ମହାବିଦ୍ୟାଳୟ ରେ ବିଶ୍ଵ ଏଡ୍ସ ଦିବସ ପାଳିତ

ଆନନ୍ଦପୁର ମହାବିଦ୍ୟାଳୟ ରେ ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ
ଏହି ଶୋଭାଯାତ୍ରା ମହାବିଦ୍ୟାଳୟ ପରିସର ରୁ ବାହାରି ଆନନ୍ଦପୁର ସହର ପରିକ୍ରମା କରି ଜନସାଧାରଣ ମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ
ଦିବା ୧୨ ଘଟିକା ସମୟରେ ମହାବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷ ରେ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ଏହି ସଭା ରେ ବିଶେଷ ଅତିଥି ଭାବେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡକ୍ଟର କୃଷ୍ଣ ଚନ୍ଦ୍ର ଦାସ,ମୁଖ୍ୟ ବକ୍ତା ଭାବେ ଡକ୍ଟର ଉଦୟ ଭାସ୍କର ପଣ୍ଡା,ସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇ ଚରଣ ରାଉତ,ଶ୍ରିଲେଖା ସାହୁ, ଅଧ୍ୟାପିକା ଭାରତୀ ସାହୁ,ଅନିତା ଦାସ,ମଧୁସ୍ମିତା ସାହୁ , ଅଧ୍ୟାପକ ପ୍ରକାଶ କୁମାର ସାହୁ, ଓଜେଲ ପଟ୍ଟନାୟକ ଅଧ୍ୟାପିକା ଆରତୀ ଲୁଗୁନ ଯୋଗ ଦେଇ ଏଡ୍ସ ର କାରଣ ନିରାକରଣ ସମ୍ବନ୍ଧରେ ଆଲୋଚନା କରି ସଚେତନତା ଦ୍ଵାରା ଏହା କୁ ରୋକା ଯାଇ ପାରିବ ବୋଲି ମତ ରଖିଥିଲେ
ଅଧ୍ୟାପକ ରଘୁଡ଼ିପ୍ତି ନାୟକ ସଂଯୋଜନା କରିଥିବା ବେଳେ ରଞ୍ଜନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ
ପ୍ରାରମ୍ଭ ରେ ପୁଷ୍ପଲତା ରାମ ଜଗନ୍ନାଥ ଭଜନ ପରିବେଷଣ କରିଥିବା ବେଳେ,ଅଧ୍ୟାପକ ପୂର୍ଣାନନ୍ଦ ପାର୍ଥସାରଥୀ ଶଙ୍ଖୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ
ପ୍ରାଣୀ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏଡ୍ସ ସଚେତନତା ଡ୍ରାମା ପରିବେଷଣ କରାଯାଇଥିଲା
ପ୍ରଫୁଲ୍ଲ କୁମାର ପଣ୍ଡା,ଆଦ୍ୟଦେବ ମହାନ୍ତି,ମମତା ମିଶ୍ର, ସୁରୁଚି ସ୍ୱାଇଁ,ସବିନା ଆରା ବେଗମ୍,ଅଧ୍ୟାପକ ବିଶ୍ୱରଂଜନ ସାହୁ, ରୋସନ୍ ଭେଂଗ୍ରା,ସୁବ୍ରତ ସାହାଣୀ,ପ୍ରତାପ କର,ଦେବାଶିଷ ଆଚାର୍ଯ୍ୟ,ରତିକାନ୍ତ ଦାସ,କାହୁଁ ଚରଣ ଜେନା ,ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର ମହାବିଦ୍ୟାଳୟ ର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ କାର୍ଯକ୍ରମ ପରିଚାଳନା କରିବା ସହିତ ଶୋଭାଯାତ୍ରାରେ ସହଯୋଗ କରିଥିଲେ
ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ,ଏନସିସି,NSS,scout and guide ର ସ୍ବେଛାସେବୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

30
703 views

Comment