logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୩ୟ ଥର ପାଇଁ ସୁନେଶ ଧୀର ଜ଼ିଲ୍ଲା ଯୁବ କଂଗ୍ରେସର ସଭାପତି ନିଯୁକ୍ତ

କେନ୍ଦୁଝର: ପୂର୍ବତନ ଜ଼ିଲ୍ଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି l ଅଖିଳ ଭାରତ କଂଗ୍ରେସ କମିଟି ଅନୁମୋଦନକ୍ରମେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନ ଚିବଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ମହେଶ ଦେଶମୁଖ ଏହି ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି l ଏହି ନିଯୁକ୍ତିରେ ଶ୍ରୀ ଧୀର କହିଛନ୍ତି ଆଗାମୀ ଦିନରେ ଜ଼ିଲ୍ଲାରେ ଯୁବ ଓ ଛାତ୍ରଙ୍କ ସୁରକ୍ଷା, ଅଧିକାର ଓ ଶିକ୍ଷିତ ବେକାରୀ ନିଯୁକ୍ତି ପ୍ରତି ଦୃଷ୍ଟି ଦିଆଯିବ l ସେହିପରି ଶ୍ରୀ ଧୀର ତାଙ୍କ ନିଯୁକ୍ତିରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପିସିସି ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି l

38
65 views

Comment