logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅବସରପ୍ରାପ୍ତ ପୋଲିସ ପଦାଧିକାରୀଙ୍କ ଅଧିବେଶନ

ODISHA: ମୟୂରଭଞ୍ଜ:ବାରିପଦା: (DLH KHABAR) - ସ୍ଥାନୀୟ ତକତପୁର ଠାରେ ଓଡିଶା ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି, ମୟୁରଭଞ୍ଜ ଶାଖାର ୯୭ ତମ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ସଂଗଠନର ସଭାପତି ଦିଲୀପ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଅଧିବେଶନରେ ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହବାବୁ ବୈଠକ ପରିଚାଳନା କରିବା ସହିତ ଗତ ଅଧିବେଶନର ବିବରଣୀ ପାଠ କାରିଥିଲେ l ଏ ଅବସରରେ ସଙ୍ଘର ବିଭିନ୍ନ ଉନ୍ନତିମୂଳଳ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପୂର୍ବକ ସ୍ଥିର କରା ଯାଇଛି। ଆସନ୍ତା ଫେବୃଆରୀ ମାସରେ ସଂଗଠନର ବାର୍ଷିକ ଅଧିବେଶନ ହେବା ସହିତ ନିକଟ ଭବିଷ୍ୟତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ନେଇ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରା ଯାଇଛି l ସତୀଶ ଚନ୍ଦ୍ର ମହାନ୍ତ ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଉପସ୍ଥିତ ଅତିଥି ମାନଙ୍କୁ ସଂଘର ଯୁଗ୍ମ ସମ୍ପାଦକ ନବୀନ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଅଧିବେଶନରେ ସଂଘର ଅନେକ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

40
1881 views

Comment