logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭଏସ ଅଫ ମିଡ଼ିଆର ଜିଲ୍ଲା କାଯ୍ୟକାରିଣୀ ବୈଠକ ମା ସାଉଁଳେଇ ପୀଠରେ ଅନୁଷ୍ଠିତ

ଭଏସ ଅଫ ମିଡ଼ିଆ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ବୈଠକ !......................
ଗଞ୍ଜାମ ଜିଲ୍ଲା-(ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ) ହିଞ୍ଜିଳିକାଟୁ ନିକଟସ୍ଥ ମା ଶ୍ୟାମଳାଇ ମନ୍ଦିର ପ୍ରାଙ୍ଗଣ ଗୌଡ଼ କୋଠଘରରେ ଭଏସ ଅଫ ମିଡ଼ିଆ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୨୧ ତାରିଖ ରବିବାର ଦିନ ସମୟ ସକାଳ ୧୦ ଘଣ୍ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସଭାପତି ରାମ ପ୍ରସାଦ ସାମଲଙ୍କ ସଭାପତିତ୍ୱରେ ହିଞ୍ଜିଳି ବ୍ଲକ ସଭାପତି ରଞ୍ଜିତ କୁମାର ପଳାଇ ଙ୍କ ସଂଯୋଜନା ରେ ଏହି ସଭାପତି ଆୟୋଜନ କରାଯାଇଥିଲା ଏଥିରେ ରାଜ୍ୟ ସଭାପତି ଡ.ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି,ଖୋର୍ଦ୍ଧା ଜିଲ୍ଲା ସଭାପତି ଧନେଶ୍ୱର ବିଧାର ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ପରିଡା,ରାଜ୍ୟ କୋଷାଧ୍ୟକ୍ଷ ସରୋଜ କୁମାର ମୁଦୁଲି ,ରାଜ୍ୟ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପତି,ରାଜ୍ୟ କାର୍ଯ୍ୟନିର୍ବାହୀ ଅରୁଣ କୁମାର ଗୌଡ଼ ଓ ହିଞ୍ଜିଳି ବ୍ଳକ ସଭାପତି ରଂଜିତ କୁମାର ପୋଲାଇଙ୍କ ମଞ୍ଚାସୀନ ରହି ଜିଲ୍ଲାର ଭଏସ ଅଫ ମିଡିଆରୁ ଆସିଥିବା ୨୨ଟି ବ୍ଳକର ସାମ୍ବାଦିକକୁ ନେଇ ବନ୍ଧୁ ମିଳନ ସହ ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକ ହୋଇଥିଲା । ଉକ୍ତ ସଭାକାର୍ଯ୍ଯରେ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆମ ସଂଘର ସାମ୍ବାଦିକଙ୍କ ଉନ୍ନତି ନେଇ ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ବିମା ସହ ପିଲାମାନଙ୍କ ପାଇଁ ପାଠପଢ଼ା ଉପକରଣ ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କ ପାଇଁ ପେନସନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ରାଜ୍ୟ ସଭାପତି ମିଶ୍ର କହିଛନ୍ତି । ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ଆଇନ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଆଗକୁ ଦାବି ଉପସ୍ଥାପନା କରାଯିବା ଲାଗି ମଧ୍ୟ ଉକ୍ତ ସାଂଗଠନିକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ସଂଘରେ ଥିବା ସମସ୍ତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ବରିଷ୍ଠ ସାମ୍ବାଦିକଙ୍କ ପାଇଁ ମାସିକ ପେନସନ ସୁବିଧା ସୁଯୋଗ ଦିଆଯାଇଆସୁଥିବା ମଧ୍ୟ ରାଜ୍ୟ ସଭାପତିଙ୍କ ସୁଚନା ରହିଛି । ହିଞ୍ଜିଳି ଏବଂ ଶେରଗଡ଼ ବ୍ଳକର ସାମ୍ବାଦିକ ଗୌରହରି ସାବତ,ରାମକୃଷ୍ଣ ପାଣି,ବାପୁନି ସେଠୀ,ବିରୁପାକ୍ଷ ବିଶୋଇ ପିତବାସ ପ୍ରଧାନ,ଜଗତ କୁମାର ସାହୁ,କୃଷ୍ଣଚନ୍ଦ୍ର ସାମନ୍ତରାୟ,ରାଜେଶ କୁମାର ସାହୁ,ରଘୁନାଥ ଆଚାର୍ଯ୍ୟ ଏବଂ ସୁଶ୍ରୀ ଶୁଭଦ୍ରା ଶୁକ୍ଳା ଏବଂ ପୁରୁଷୋତ୍ତମପୁର ସେବା ସାମ୍ବାଦିକ ସଂଘ ମଧ୍ୟ ଉକ୍ତ ସଭା ପରିଚାଳନା ସହ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।

21
91 views

Comment