
ଟ୍ରୟୋଦଶ ବାର୍ଷିକ ଜଙ୍ଘା ବଡଦେଓ ପାଣ୍ଡୁମ ଯାତ୍ରା ଅନୁଷ୍ଠିତ l
ଅନୁଗୋଳ (କରୁଣାକର ନାୟକ)30/12
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଆମ୍ବଶରମୁଣ୍ଡା ପଞ୍ଚାୟତ ସ୍ଥିତ ଆମ୍ବସାରମୁଣ୍ଡା ଜଙ୍ଘା ବଡଦେଓ ଙ୍କ ଶକ୍ତି ପୀଠ ରେ ଗୋଣ୍ଡ ସମଜ ର ଆରାଧ୍ୟ ଦେବତା ତଥା ଆମ କଳା ସଂସ୍କୃତି, ଭାଷା ସାହିତ୍ୟ ଓ ଭକ୍ତି ଭାବନାର ଅପୂର୍ବ ସମୋନ୍ନୟ ସମାହାର ର ପ୍ରତୀକ ପୌଷ ମାସ ଶାମ୍ବଦଶମୀ ତିଥିରେ ଶ୍ରୀ ଶ୍ରୀ ଜଙ୍ଘା ବଡଦେଓ ଙ୍କ ବାର୍ଷିକ ପାଣ୍ଡୁମ ଯାତ୍ରା ମହା ସମାରୋହ ରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଗଙ୍ଗା ମାତାଙ୍କୁ ନିମଂତ୍ରୀ ଆଣି କଳସୀ ଯାତ୍ରା ମାଧ୍ୟମ ରେ ମାଉସୀ ଘରୁ ପ୍ରକୃତି ଶକ୍ତି ଦାରୁ ଦେବତା ଜଙ୍ଘା ବଡଦେଓ ଙ୍କୁ ଘର ଘର ପୂଜାର୍ଚନା କରି ବିଭିନ୍ନ ନାଚଗୀତ ଓ ଅସ୍ତ୍ର ଶସ୍ତ୍ର ସାଜସଜା ରେ ନଗର ପରିକ୍ରମା କରି ଶକ୍ତି ପୀଠକୁ ବିରାଜମାନ କରିଥିଲେ l ରୀତିନୀତି ଅନୁଯାୟୀ ପୂଜାର୍ଚନା ସାରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ଏଥିରେ ଗୋଣ୍ଡୱାନ ବିକାଶ ପରିଷଦ ର ସଭାପତି ପ୍ରଶନ କୁମାର ନାୟକ, ମହାସଚିବ ସୁରେଶ ଚନ୍ଦ୍ର ନାୟକ, ମନ୍ଦିର ସଭାପତି ରମେଶ ଚନ୍ଦ୍ର ସାଏ, ମହାସଚିବ ଭଜମନ ନାୟକ, ଗଣ୍ଡୋୱାନ ମହାସଭା ଜିଲ୍ଲା ସଭାପତି ସଦାଶିବ ନାୟକ, ସଂଗଠନ ପ୍ୟାରୀମୋହନ ନାୟକ, ଉପଦେଷ୍ଟା ବିରଞ୍ଚି ନାୟକ ସନାତନ ନାୟକ ସମେତ ଷୋଳ ପୁଞ୍ଜ ର ସଭାପତି ଓ ମହା ସଚିବ ଙ୍କ ନେତୃତ୍ୱ ରେ ବାର୍ଷିକ ବଡଦେଓ ଙ୍କ ପାଣ୍ଡୁମ ଯାତ୍ରା ପାଳିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ପ୍ରାୟ 10 ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା ଗ୍ରହଣ କରିଥିବା ସହିତ ଅର୍ନ୍ନ ପ୍ରସାଦ ସେବନ କରି ଥିବା ଦେଖିବାକୁ ମିଳିଛି l ଠାକୁରଗଡ଼ ପୋଲିସ ଓ ଆଠମଲ୍ଲିକ ପୋଲିସ ଙ୍କ ସହାୟତା ରେ ଶାନ୍ତି ଶୃଙ୍ଖଳା ରେ ଉଗଯାପିତ ହୋଇଯାଇଥିବା ବେଳେ ଠାକୁରଗଡ଼ ମେଡିକାଲ ଷ୍ଟାପ ଙ୍କ ସହଯୋଗ ରେ ଆକସ୍ମିତ ବିଭିନ୍ନ ପ୍ରକାର ରୋଗ ର ନିରାକରଣ କରାଯାଇଥିଲା l ସହ ସହ ସଂଖ୍ୟାରେ ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲି ବେଶ ମଜାରେ ବେପାର ବଣିଜ କରିଥିବା ଦେଖିବାକୁ ମିଳିଛି l