logo

ଆଇନଜୀବୀ ଙ୍କ ମୃତ୍ୟୁ ରେ ଓକିଲସଂଘ ର ଶୋକସଭା l

ଅନୁଗୋଳ (କରୁଣାକର ନାୟକ)୨/୧:- ଆଠମଲ୍ଲିକ ଓକିଲସଂଘ ର ବରିଷ୍ଠ ଆଇନଜୀବୀ ଭାବେ ପରିଚିତ ନାରାୟଣ ପ୍ରଧାନ (୬୮)ଗତ ଜାନୁୟାରୀ ୧ ତାରିଖ ଗୁରୁବାର ନୂଆବର୍ଷ ଦିନ ମୃତ୍ୟୁବରଣ କରିଥିବା ଜଣାଯାଇଛି l ମୃତ୍ୟୁ ଖବର ପାଇ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ସରକାରୀ ଓକିଲ ପୀତବାସ ସାହୁ, ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର, ବିଜୟ କୁମାର ମହାକୁଡ଼, ଆର୍ଯ୍ୟଭଟ ମହାନନ୍ଦିଆ, ଗଣେଶ ଚନ୍ଦ୍ର କର୍ମୀ, ସୁନୀଲ କୁମାର ଶାସନି, ନାରାୟଣ ପ୍ରସାଦ ଦାସ, ଜିତେନ୍ଦ୍ର କୁମାର ମୁଖି ପ୍ରମୁଖ ଆଇନଜୀବୀ ମାନଙ୍କ ସମେତ ସହର ଓ ଗ୍ରାମାଞ୍ଚଳ ରୁ ବହୁତ ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ କୁ ଆସିଥିଲେ l ତାଙ୍କ ମରଶରୀର କୁ ପୁରୀ ସ୍ୱର୍ଗଦ୍ୱାର ରେ ଶେଷକୃତ ସମ୍ପର୍ଣ୍ଣ କରାଯାଇଥିବା ଜଣାଯାଇଛି l ସେ ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତ ତେନ୍ତୁଳିପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ଆଇନଜୀବୀ ପେସାରେ ଗତ ୧୯୯୫ ମସିହା ରୁ ଯୋଗଦେଇଥିଲେ l ଜଣେ ଉତ୍ତମ ଆଇନଜୀବୀ ଭାବେ ସମଗ୍ର ଅଞ୍ଚଳ ରେ ବେଶ ସୁନାମ ଅର୍ଜନ କରିଥିଲେ l ଗତ କିଛି ବର୍ଷ ହେଲା ସେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ l ତାଙ୍କ ଅକାଳମୃତ୍ୟୁ ରେ ଶୁକ୍ରବାର ଆଠମଲ୍ଲିକ ଓକିଲସଂଘ ପକ୍ଷରୁ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ତାଙ୍କର ଅକାଳ ମୃତ୍ୟୁ ପାଇଁ ଅମରଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଆଇନଜୀବୀ ସ୍ବର୍ଗତ ଶ୍ରୀ ପ୍ରଧାନ ଙ୍କ ଅକାଳମୃତ୍ୟୁ ରେ ପୂର୍ବତନ ସାଂସଦ ଅମରନାଥ ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି ଏବଂ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l

498
10362 views