logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସହକାରୀ ଅଧିବକ୍ତା ନିଯୁକ୍ତ ହେଲେ ହାରାଧର ମାଳି


ଚନ୍ଦାହାଣ୍ଡି-2/1(ଓଡିଶା)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ର ଆଇନଜୀବୀ ହିରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତରେ ସହକାରି ଅଧିବକ୍ତା(ଏପିପି )ଭାବେ ନିଯୁକ୍ତ ଦିଆଯାଇଛି।ତାସହିତ ତହସିଲ କାର୍ଯ୍ୟାଳୟ ପାଇଁ ଆଇନଜୀବି ସିମାଞ୍ଚଳ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି l ନୂତନ ବର୍ଷ ରେ ନୂତନ ସହକାରୀ ଅଧିବକ୍ତା ନିଯୁକ୍ତ ଅଂଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି l ଆଇନଜୀବୀ ହିରାଧର ମାଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ଝରୀଗାଁ ବିଧାୟକ ନରସିଂହ ଭତ୍ରାଙ୍କୁ କୃତଜ୍ଞତା ଜଣେଇବା ସହ ଗୁରୁ ବରିଷ୍ଠ ଆଇନଜୀବୀ ସରୋଜ ଅଗସ୍ତିଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ଚନ୍ଦାହାଣ୍ଡି ଜେ ଏମ ସି କୋର୍ଟ ମାଜିଷ୍ଟ୍ରେଟ ଜରିନ ଖାନ,ବାର ଏସୋସିଏସନ ପ୍ରେସିଡେଣ୍ଟ ପ୍ରଶାନ୍ତ ସାହୁ ଏବଂ ପାନାବେଡା ପଣ୍ଡରାମାଳୀ ସମାଜ ର ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଶ୍ରୀମାଳୀ ଆଗାମୀ ଦିନରେ ପାନାବେଡା ଅଂଚଳର ଗରିବ ଓ ଅସହାୟ ଲୋକଙ୍କୁ ଆଇନ ସହାୟତା ଯୋଗେଇବା ପାଇଁ ମୋର ଦୃଢ ସଂକଳ୍ପ ବୋଲି ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l

31
900 views

Comment