logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋରାପୁଟ ଓକିଲ ସଂଘର ୨୦୨୬ ଇଂରାଜୀ ନବବର୍ଷ ବଣଭୋଜି ଓ ବନ୍ଧୁ ମିଳନ


କୋରାପୁଟ/ଦାମନଯୋଡି, ୪/୧/୨୦୨୬ (ନଳିନୀ କାନ୍ତ ସେନାପତି): କୋରାପୁଟ ଓକିଲ ସଂଘ ପକ୍ଷରୁ ନାଲକୋ ଶାବରୀ ଲେକ୍ ସ୍ଥିତ ଗଲ୍ଫ ପଡ଼ିଆ ନିକଟରେ ଇଂରାଜୀ ନୂତନ ବର୍ଷ ୨୦୨୬ କୁ ସ୍ଵାଗତ କରି ନୂତନ ବର୍ଷର ବନ୍ଧୁ ମିଳନ ତଥା ବଣଭୋଜି ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସଂଘର ସଭାପତି ପ୍ରଭାତ କୁମାର ମହାପାତ୍ର, ଉପସଭାପତି କୃଷ୍ଣ ଚନ୍ଦ୍ର ସଅଁ, ସମ୍ପାଦକ ସୁନିଲ କୁମାର ଜେନା, କୋଷାଧ୍ୟକ୍ଷ କାମାକ୍ଷା ପ୍ରସାଦ ମାଝୀ, କାର୍ଯ୍ୟକାରୀ ସଭ୍ୟ ଲିଙ୍ଗରାଜ ବେହେରା, ସଞ୍ଜୀବ କୁମାର ଜେନା, ନଳିନୀକାନ୍ତ ସେନାପତି ଓ ସଦସ୍ୟ କେ ସରସ୍ଵତୀ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ସଦସ୍ୟ ଟି ରମେଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓକିଲମାନେ ଏହି ବଣଭୋଜି ଓ ବନ୍ଧୁ ମିଳନ ଉତ୍ସବକୁ ଅତି ଧୁମ୍ ଧାମ୍ ଓ ହର୍ଷ ଉଲ୍ଲାସର ସହ ପାଳନ କରିଥିଲେ। ଓକିଲ ମାନେ ପରସ୍ପରକୁ ନବ ବର୍ଷର ଶୁଭେଚ୍ଛା, ଅଭିନନ୍ଦନ ଓ ଶୁଭକାମନା ସହିତ ପରସ୍ପରର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ସଙ୍ଗୀତ ପ୍ରଭା ଅର୍କିଷ୍ଟ୍ରା କଟକର ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଭୋଜି ସ୍ଥଳର ପରିବେଶକୁ ଦ୍ଵିଗୁଣିତ ଆନନ୍ଦମୟ କରିଥିଲା। ଏଥିରେ ସଂଘର ବରିଷ୍ଠ ଓକିଲ ଟି ନାରାୟଣ ମୂର୍ତ୍ତୀ, ନିହାର ରଞ୍ଜନ ପଟ୍ଟନାୟକ, ଶରତ ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ଭୋଇ, ଏନ ଗୋବିନ୍ଦ, ସୁବାସ ଚନ୍ଦ୍ର ସେନାପତି, ସୁଦର୍ଶନ ମାଝୀ, ଅଶୋକ ଷଡ଼ଙ୍ଗୀ, ଅଜିତ ପାତ୍ର, ଭବାନୀ ମିଶ୍ର, ପ୍ରଶାନ୍ତ ପାତ୍ର, ମନୋରଞ୍ଜନ ରାଉତରାୟ, ନିତ୍ୟାନନ୍ଦ ମହାନ୍ତି, ଉତ୍ତମ ମିଶ୍ର, ସିମଞ୍ଚଳ ମିଶ୍ର, ମୀନକେତନ ନାୟକ, ମନୋଜ ଆଚାର୍ଯ୍ୟ, ସରୋଜ କୁମାର ପଟ୍ଟନାୟକ, ଅଜିତ କୁମାର ସାହୁ, ଶ୍ରୀହରି ଘୋଷ, ନିତ୍ୟାନନ୍ଦ ମହାନ୍ତି, କେ ସରସ୍ଵତୀ ପଟ୍ଟନାୟକ, ବାବୁ ତ୍ରିପାଠୀ, ସଞ୍ଜୟ ଝା, ନୃପେନ୍ଦ୍ର ବାଘ,ଏଲିନା ବେହେରା, ଜ୍ୟୋତ୍ସ୍ନା ଷଡ଼ଙ୍ଗୀ, ପ୍ରିୟା ବେହେରା, ସୁଭଦ୍ରା ସିସାଙ୍କ ସମେତ ଶତାଧିକ ଓକିଲ ଅଂଶ ଗ୍ରହଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟା ଓକିଲ ବନ୍ଧୁମାନେ ପରିଚାଳନା କରିଥିଲେ। ସଙ୍ଗୀତ ପ୍ରଭା ଅର୍କିଷ୍ଟ୍ରା କଟକର ଏହି ସଙ୍ଗୀତ ଆସରକୁ ଅଭିଜ୍ଞ ବରିଷ୍ଠ ଓ କନିଷ୍ଠ ସଙ୍ଗୀତ ପ୍ରେମୀ ଓକିଲ ମାନେ ମଞ୍ଚ ପରିଚାଳନା କରିଥିଲେ। ସଙ୍ଗୀତ ଓ ବାଦ୍ୟଯନ୍ତ୍ରର ତାଳେ ତାଳେ ଓକିଲମାନେ ସଙ୍ଗୀତ ଗାନ କରି ଏବଂ ଢେମସା ସହିତ ବିଭିନ୍ନ ନାଚ ନାଚି ପରିବେଶକୁ ଅଧିକ ମନୋରମ ଓ ଉତ୍ସବ ମୁଖର କରି ଏକ ସୁନ୍ଦର ଭାଇଚାରା ଓ ଆତ୍ମୀୟତା ସୃଷ୍ଟି କରିଥିଲେ। ସଂଘର ସଭାପତି ପ୍ରଭାତ କୁମାର ମହାପାତ୍ର ସମସ୍ତ ଓକିଲବନ୍ଧୁ ମାନଙ୍କୁ ଏହି କାର୍ଯ୍ୟକ୍ରମ ସଫଳ କରିବାରେ ହାର୍ଦ୍ଦିକ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ଅଶୋକ କୁମାର ଷଡଙ୍ଗୀ ସସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।

44
2428 views

Comment