logo

ସରକାରୀ ଓକିଲ ଙ୍କୁ ସମ୍ବର୍ଦ୍ଧିତ କଲା ଆଠମଲ୍ଲିକ ଓକିଲସଂଘ l

ଅନୁଗୋଳ (କରୁଣାକର ନାୟକ) ୬/୧:- ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ସଦର ମହକୁମା ଠାରେ ଥିବା ସିଭିଲ କୋର୍ଟ ର ବିଭିନ୍ନ ଅଦାଲତ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସରକାର ଙ୍କ ଦ୍ୱାରା ଲ ଅଫିସର ଭାବେ ନିଯୁକ୍ତି ପାଇଥିବା ଆଠମଲ୍ଲିକ ଓକିଲସଂଘ ର ଆଇନଜୀବୀମାନଙ୍କୁ ମଙ୍ଗଳବାର ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି l ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ସଂଘ ର ତଳ ବାରହଲ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ଲ ନବନିଯୁକ୍ତ ଲ ଅଫିସର ମାନଙ୍କୁ ସମସ୍ତ ଙ୍କୁ ସ୍ୱାଗତ କରାଯାଇ ସେମାନଙ୍କୁ ଶୁଭେଚ୍ଛା ଜଣାଯିବା ସହ ଅଭିନନ୍ଦନ ଜଣାଯାଇଥିଲା l ନୂତନ ଭାବେ ଲ ଅଫିସର ଭାବେ ଯଥାକ୍ରମେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଙ୍କ ଅଦାଲତ ରେ ସହଯୋଗୀ ଓକିଲ ଭାବେ ରାଜେଶ କୁମାର ମିଶ୍ର, ଅତିରିକ୍ତ ସରକାରୀ ନିବେଦନକାରୀ(ପ୍ଲିଡ଼ର)ଭାବେ ବିଦ୍ୟୁତ କୁମାର ପାଣିଗ୍ରାହୀ, ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୱିଟର (ଏନଡିପିଏସ)ଭାବେ ଅର୍ଜୁନ ରାଉଳ ଓ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୱିଟର(ଏସସିଏସଟି)ଭାବେ ଭବାନୀ ପ୍ରସାଦ ଜ୍ୟୋତିଷରାୟ, ସିଭିଲଜଜ ସିନିଅର ଡିଭିଜନ ଙ୍କ ଅଦାଲତ ରେ ନିଯୁକ୍ତି ହୋଇଥିବା ଅତିରିକ୍ତ ସରକାରୀ ନିବେଦନକାରୀ(ପ୍ଲିଡ଼ର) ଭାବେ ଆଇନଜୀବୀ ପୀତବାସ ସାହୁ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସହକାରୀ ପବ୍ଲିକ ପ୍ରସିକ୍ୱିଟର ଭାବେ ଅନ୍ତର୍ଯ୍ୟାମୀ ରାଉଳ ନିଯୁକ୍ତି ପାଇଛନ୍ତି l ନବନିଯୁକ୍ତ ଲ ଅଫିସରମାନଙ୍କୁ ଓକିଲସଂଘ ର ବରିଷ୍ଠ ଆଇନଜୀବୀ ଅସିତ ରଞ୍ଜନ ଦେଓ, ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ବାମନ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାକୁଡ଼, ଆଇନଜୀବୀ ଗଣେଶ ଚନ୍ଦ୍ର କର୍ମୀ ଓ ଆଇନଜୀବୀ ସୁନୀଲ କୁମାର ଶାସନି ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ସମ୍ବର୍ଦ୍ଧିତ ହୋଇଥିବା ସମସ୍ତ ନବନିଯୁକ୍ତ ଲ ଅଫିସରମାନେ ଆଠମଲ୍ଲିକ ଓକିଲସଂଘ ପ୍ରଥମଥର ପାଇଁ ଏଭଳି ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିଛି ବୋଲି କହିବା ସହ ସଂଘ ର ସଭାପତି ଶ୍ରୀ ମହାପାତ୍ର ଙ୍କୁ ଏଭଳି କାର୍ଯ୍ୟ ପାଇଁ ସମସ୍ତେ ସାଧୁବାଦ ଜଣାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ମାଧବ ଚନ୍ଦ୍ର ସାହୁ, ଦିନେଶ କୁମାର ସିଂହ, ଲଲାଟେନ୍ଦୁ ଦାଶ, ଉଗ୍ରସେନ ସେଠି, ବିବେକାନନ୍ଦ ବେହେରା,ନାରାୟଣ ଦାଶ, ପ୍ରଭାକର କହଁର ପ୍ରମୁଖ ଅନେକ ଆଇନଜୀବୀ ଉପସ୍ଥିତ ଥିଲେ l

314
4660 views