logo

ଆଜି ପାତ୍ରପୁର ବ୍ଲକ ପଥରାଘାଇ ରାସ୍ତା ନିକଟରେ ଘଟିଥିବା ଦୁଃଖଦ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କ ଅକାଳ ମୃତ୍ୟୁ ଏବଂ ଜଣେ ଗୁରୁତର ଆହତଙ୍କ ଖବର ପାଇ ଅତ୍ୟନ୍ତ ଦୁଃଖିତ। ଜିଲ୍ଲା ଉପସ

AIMA MIDIA ଆଜି ପାତ୍ରପୁର ବ୍ଲକ ପଥରାଘାଇ ରାସ୍ତା ନିକଟରେ ଘଟିଥିବା ଦୁଃଖଦ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କ ଅକାଳ ମୃତ୍ୟୁ ଏବଂ ଜଣେ ଗୁରୁତର ଆହତଙ୍କ ଖବର ପାଇ ଅତ୍ୟନ୍ତ ଦୁଃଖିତ।

ଜିଲ୍ଲା ଉପସଭାପତି ତଥା ମୋ ସହଧର୍ମିଣୀ ଶ୍ରୀମତୀ ମୀନା ଦ୍ୟାନ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ବିଡ଼ିଓଙ୍କ ସହ ଆଲୋଚନା କରି ମୃତକଙ୍କ ଶବ ବ୍ୟବଚ୍ଛେଦ ଓ ଆହତଙ୍କ ଉନ୍ନତ ଚିକିତ୍ସା ପାଇଁ ତୁରନ୍ତ ବ୍ୟବସ୍ଥା କରିଛନ୍ତି। ଆହତ ବ୍ୟକ୍ତିଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତ ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।

ମୃତକଙ୍କ ପରିବାର ଏହି କଷ୍ଟ ସମୟରେ ଯେପରି ସରକାରଙ୍କ ସମସ୍ତ ସହାୟତା ଓ କ୍ଷତିପୂରଣ ପାଇବେ, ସେଥିପାଇଁ ମୁଁ ପ୍ରଶାସନ ସହ ଆଲୋଚନା କରିସାରିଛି। ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି ।

0
220 views