logo

କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଦାମନଯୋଡ଼ି,୦୮/୦୧: କୋରାପୁଟ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ରବୀନ୍ଦ୍ର ନାଥ ମିଶ୍ର ଗୁରୁବାର ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଛନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରୂପେ ଦାଇତ୍ୱ ନେବାପରେ ଡ଼ାଃ ମିଶ୍ରଙ୍କର ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରଥମ ପରିଦର୍ଶନ ଥିଲା।ସ୍ୱାସ୍ଥ୍ୟ କେନ୍ଦ୍ରର ବହିଃ ଓ ଅନ୍ତଃ ଚିକିତ୍ସା ବିଭାଗ ବୁଲି ରୋଗୀଙ୍କ ସହିତ ଆଲୋଚନା କରି ଭଲମନ୍ଦ ବୁଝିଥିଲେ।ସ୍ୱାସ୍ଥ୍ୟକେନ୍ଦ୍ର ପରିସର,ଔଷଧ ଗୃହ,କାର୍ଯ୍ୟାଳୟ ଆଦି ପରିଦର୍ଶନ କରି ବିଭିନ୍ନ ବିଭାଗରେ ଲୋକଙ୍କୁ ଦିଆଯାଉଥିବା ସେବା ସମ୍ପର୍କରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ।ଜନସାଧାରଣଙ୍କୁ କେମିତି ଅଧିକ ଉନ୍ନତ ସେବା ଯୋଗାଇ ହେବ,ସେ ସମ୍ପର୍କରେ ଡାକ୍ତର ଓ କର୍ମଚାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ।ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ କିପରି ଏକ ଅଗ୍ରଣୀ ଚିକିତ୍ସା କେନ୍ଦ୍ର କରିହେବ ସେ ନେଇ ବିଭିନ୍ନ ବିଷୟରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ପରିଦର୍ଶନ ସମୟରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ବିସ୍ମୟ କୁମାର ବାରିକ ମଧ୍ୟ ଉପସ୍ଥିତ ଥିଲେ।ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ସହିତ ଅନ୍ୟ ଡାକ୍ତର,ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

78
3236 views