ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ
*ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ*
ବରପାଲି
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ରେଡକ୍ରସ୍ କାଉନସିଲର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ
ମୁଖ୍ୟ ଅତିଥି ଭାବେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମେହେର ଯୋଗ ଦେଇଥିଲେ ବିବେକାନନ୍ଦଙ୍କ ଜିବନାଦର୍ଶ ଉପରେ ଛାତ୍ରୀ ମାନଙ୍କ ସହ ଦୀର୍ଘ ସମୟଧରି ଆଲୋଚନା କରିଥିଲେ। ପରେ ପରେ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ସମ୍ମୁଖ ସଫେଇ କରାଯାଇଥିଲା।ପରିବେଶ ସ୍ୱଚ୍ଛ ପରିମଳ ରଖିବା ସହ ଅନେକଗୁଡ଼ିଏ ଆହ୍ବାନମୂଳକ ପଦକ୍ଷେପ ନେବାକୁ ସ୍ବେଚ୍ଛାସେବୀ ମାନଙ୍କୁ କୁହାଯାଇଥିଲା। ଜାତୀୟ ସେବା ସଂସ୍ଥା କାଉନସିଲର ଅଧ୍ୟାପକ ନେପାଲ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା
ଓ ସହକର୍ମୀ ବୃନ୍ଦ ସାମିଲ ହୋଇଥିଲେ ।