logo

ଠାକୁରଗଡ଼ ରେ ଆରଟିଓ ଅନୁଗୁଳ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ !

ଆଠମଲ୍ଲିକ:-୧୩/୦୧(ଧନଞ୍ଜୟ ନାୟକ) ଠାକୁରଗଡ଼ ଠାରେ ଆରଟିଓ ଅନୁଗୁଳ ପକ୍ଷରୁ ସଡ଼କ ସୁରକ୍ଷା ମାସ ଉପଲକ୍ଷେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଠାକୁରଗଡ଼ ଛୋଟ ଗାଡ଼ି ମାଲିକ ସଂଘର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ! ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତା ରାଲି ଆୟୋଜିତ ହୋଇ ହେଲମେଟ୍ ପରିହାରର ଆବଶ୍ୟକତା, ସିଟ୍‌ବେଲ୍ଟ ବ୍ୟବହାର, ମଦ୍ୟପାନ କରି ଯାନ ଚାଳନା ନ କରିବା ଏବଂ ଟ୍ରାଫିକ୍ ନିୟମ ମାନିବା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା ! ରାଲିଟି ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରୁ ଆରମ୍ଭ ହୋଇ ଠାକୁରଗଡ଼ ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା ! କାର୍ଯ୍ୟକ୍ରମରେ ଆରଟିଓ କର୍ମଚାରୀ ତଥା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଟ୍ରାଫିକ୍) ରମାକାନ୍ତ ନାୟକ, ଜୁନିୟର ଏମ୍‌ଭିଆଇ ସନ୍ଧ୍ୟାରଣୀ ନାୟକ, ରଞ୍ଜିତ ବେହେରା, ଠାକୁରଗଡ଼ ଛୋଟ ଗାଡ଼ି ମାଲିକ ସଂଘର ସଦସ୍ୟମାନେ ଓ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଦେହୁରୀଙ୍କ ସହ ଜ୍ଞାନଜ୍ୟୋତି ଲେଙ୍କା, ଚିଦାନନ୍ଦ ଦେହୁରୀ, ସନ୍ତୋଷ କୁମାର ପାଣିଗ୍ରାହୀ, ଦୀପକ କୁମାର ସାହୁ, ରଶ୍ମିତା ପ୍ରଧାନ, ବିମଳ କୁମାର ବେହେରା ଓ ଅନୁସୟା ନାୟକ ସହ ସ୍ଥାନୀୟ ସାମାଜିକ ସଂଗଠନର ସଦସ୍ୟମାନେ ଯୋଗ ଦେଇଥିଲେ ! ଏହି ଅବସରରେ ବକ୍ତାମାନେ ଗାଡ଼ିଚାଳକ ଓ ପଥଚାରୀମାନଙ୍କୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ମାନିବାକୁ ଅନୁରୋଧ କରିଥିଲେ ! ସହିତେ ସଡ଼କ ଦୁର୍ଘଟଣା କମାଇ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ କରାଯାଇଥିଲା !

58
193 views