logo

ଅଦାଲତ ପରିସରରେ ଜାତୀୟ ଯୁବ ଦିବସ ପାଳିତ !

ଆଠମଲ୍ଲିକ:- ୧୩/୦୧(ଧନଞ୍ଜୟ ନାୟକ) ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି ! ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ରଞ୍ଜନ କୁମାର ସୁତାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଯୁବ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ !
ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଥିବା ଉଲ୍ଲେଖ କରି ସେ କହିଥିଲେ, ବିଶ୍ୱର ଯୁବଶକ୍ତି ସଶକ୍ତ ହେଲେ ଏକ ଶୃଙ୍ଖଳିତ ଓ ସୁସଂସ୍କୃତ ବିଶ୍ୱ ଗଠନ ସମ୍ଭବ ! “ନିଜକୁ ପ୍ରଜ୍ୱଳିତ କରି ବିଶ୍ୱକୁ ଆଲୋକିତ କର” ବୋଲି ସ୍ୱାମୀ ବିବେକାନନ୍ଦ ଯୁବପୀଢ଼ିକୁ ଯେ ଆହ୍ୱାନ ଦେଇଥିଲେ, ସେହି ବାର୍ତ୍ତା ଯଦି ଯୁବକ-ଯୁବତୀଙ୍କ ମନରେ ଗାଢ଼ ହୁଏ, ତେବେ ସମାଜ ନିଶ୍ଚୟ ଶୃଙ୍ଖଳିତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ !
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସଡିଜେଏମ ଶ୍ରୀ ସିଙ୍କୁନ ରାୟ, ଆଠମଲ୍ଲିକ ଓକିଲ ସଂଘର ସମ୍ପାଦକ, ବରିଷ୍ଠ ଆଇନଜୀବୀ ଓ କ୍ରିମିନାଲ କୋର୍ଟ ବାରର ସଭାପତି ପ୍ରମୁଖ ଯୋଗଦେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ବହୁ ଆଇନଜୀବୀ, ଅଦାଲତ କର୍ମଚାରୀ, ତାଲୁକ ଆଇନ ସେବା କମିଟିର ସମ୍ପାଦକ ଶ୍ରୀ ଅମିତ କୁମାର ନାୟକ, ସହାୟକ ଶ୍ରୀ ସିଦ୍ଧାର୍ଥ ମହାନ୍ତି ଓ ଶ୍ରୀ ଗୋବିନ୍ଦ ମାର୍ଣ୍ଡି ଉପସ୍ଥିତ ଥିଲେ !

36
758 views