logo

ବିଦ୍ୟାଳୟ ସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ !

ଆଠମଲ୍ଲିକ:- ୧୩/୦୧(ଧନଞ୍ଜୟ ନାୟକ) ଆଠମଲ୍ଲିକ ସ୍ଥାନୀୟ ପିଏମ୍‌ ଶ୍ରୀ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ! ପ୍ରଧାନ ଶିକ୍ଷକ ସୁନିଲ କୁମାର ପ୍ରଧାନଙ୍କ ସଭାପତିତ୍ୱ ରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା ! ଏହି ଅବସରରେ ଏସ୍‌ଡିପିଓ ସୁଶାନ୍ତ କୁମାର ତାଉଡ଼ିଆ, ସମ୍ମାନିତ ଅତିଥି ବିଡ଼ିଓ ଟିଟସ ମହନନ୍ଦିଆ, ସହକାରୀ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ବାଗ, ପଞ୍ଚଶିକ୍ଷା ସେତୁ ସଭାପତି ଆଇନଜୀବି ଜିତେନ କୁମାର ମିଶ୍ର, ଏବିଇଓ କୈବଲ୍ୟ କଅଁର, ଧରଣୀଧର ସେଠୀ, ମାଧପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ ମାହାର ଓ ସ୍କୁଲ ପରିଚାଳନା କମିଟି ସଭାପତି ସଦାନନ୍ଦ ଦନ୍ତା ପ୍ରମୁଖ ଯୋଗଦେଇଥିଲେ ! ଅତିଥିମାନେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟର ସଂଯୁକ୍ତ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ ! ସଭା ପରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଆକାଂକ୍ଷୀ ମେଳା, ସୃଜନଶୀଳତା, ବୈଷୟିକ ଜ୍ଞାନ ଓ ପ୍ରକଳ୍ପ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ! ଅପରାହ୍ନ ୩ଟାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା ! ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଆଦିତ୍ୟ କୁମାର ସାହୁ ଓ ସ୍ୱତନ୍ତ୍ର ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନଗର ପ୍ରତିନିଧି ସନ୍ତୋଷ କୁମାର ହୋତା ଯୋଗଦେଇଥିଲେ ! ପିଏମ୍‌ ଶ୍ରୀ ଉତ୍ସବ ଛାତ୍ରଛାତ୍ରୀଙ୍କ ଲୁକାୟିତ ପ୍ରତିଭାକୁ ପ୍ରକାଶ କରିବାରେ ସହାୟକ ବୋଲି ବକ୍ତାମାନେ କହିଥିଲେ !
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ! ବିଶେଷକରି ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ମାରିଶ୍ରୀ ନାୟକଙ୍କ ଉତ୍କୃଷ୍ଟ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା ! ସଫଳ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ! ଶେଷରେ ଶିକ୍ଷକ ଧବଳେଶ୍ୱର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ !

1
164 views