logo

ମାଟିର ମଣିଷ ଥିଲେ ଉମାକାନ୍ତ ନରେନ୍ଦ୍ରଜିତ ସିଂହ (ଏକାଦଶହ ରେ ଶ୍ରଦ୍ଧାଞ୍ଜଳି ସଭା)

ଖୋର୍ଦ୍ଧା,୧୩.୧.୨୬(ଏ.ଆଇ.ଏମ.ଏ) ଟାଙ୍ଗୀ ବ୍ଲକ ଅର୍ନ୍ତଗତ ନାଲ ସିଂ ଗ୍ରାମ ର ସ୍ୱର୍ଗତ ଉମାକାନ୍ତ ନରେନ୍ଦ୍ର ଜିତ ସିଂ ଦଳବେହେରାଙ୍କ ଆଜି ନିଜସ୍ୱ ଗ୍ରାମ ରେ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ର ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଅତିଥି ଭାବେ ଖୋର୍ଧା ଜିଲ୍ଲା ବିଜେଡି ଦଳର ଉପସଭାପତି ବିପିନ କୁମାର ଜୟସିଂହ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଶିକ୍ଷକ ସଂଘ ସଂପାଦକ ରମାକାନ୍ତ ମହାପାତ୍ର, ସମାଜସେବୀ ବିଜୟ କୁମାର ରାଉତରାୟ, ସରପଞ୍ଚ ବିରେଶ କୁମାର ରାଜଗୁରୁ, କମାଗୁର ର ସମାଜ ସେବୀ ମନୋରଞ୍ଜନ ଚଂପତି, ଅଞ୍ଚଳ ର ଅନ୍ୟାନ୍ୟ ଜନପ୍ରତିନିଧି, ବୁଦ୍ଧିଜୀବି ଓ ସାମ୍ବାଦିକ ଉପସ୍ଥିତ ରହି ସ୍ୱର୍ଗତ ଦଳବେହେରାଙ୍କ ଫଟୋଚିତ୍ର ରେ ସମୂହ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରାଯାଇଥିଲା। ପରେ ନିରବ ପ୍ରାର୍ଥନା କରାଯାଇଥିଲା।ସେ ଜଣେ ବିଶିଷ୍ଟ ଜନପ୍ରତିନିଧି ଓ ଅଞ୍ଚଳର ଜଣେ ସୁ ସଙ୍ଗଠକ ସହ ଏ ମାଟିର ଜଣେ ଭଲ ମଣିଷ ବୋଲି ତାଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସଭା ପରିଚାଳନା କରିଥିଲେ ସମାଜ ସେବୀ ବିଶ୍ଵ ଭୁଷଣ ଛୋଟରାୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷାବିତ ନିଳାନ୍ଦ୍ରି ସିଂ । ସ୍ଵର୍ଗତ ଦଳବେହେରାଙ୍କ ଜ୍ୟେଷ୍ଠ ପୁତ୍ର ସୌମ୍ୟ ରଞ୍ଜନ ନରେନ୍ଦ୍ରଜିତ ସିଂ ଅନ୍ୟ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ମଧ୍ୟମ ପୁତ୍ର ଚିତ୍ତରଞ୍ଜନ ଓ ପ୍ରିୟରଞ୍ଜନ ସହଯୋଗ କରିଥିଲେ।

153
157 views