ଡାବୁଗାଁ ରେ ଧାନ ମଣ୍ଡି ର ସ୍ଥାୟୀ ସମାଧାନ ପାଇଁ ବିଜୁ ଜନତା ଦଳର ଚକ ଅଖ ବନ୍ଦ ଡାକରା ସଫଳ।
ଡାବୁଗାଁ ରେ ଧାନ ମଣ୍ଡି ର ସ୍ଥାୟୀ ସମାଧାନ ପାଇଁ ବିଜୁ ଜନତା ଦଳର ଚକ ଅଖ ବନ୍ଦ ଡାକରା ସଫଳ। ---------------------------------------------------------------------ନବରଙ୍ଗପୁର:(୧୩/୧)(ଗଣେଶ ପାଣିଗ୍ରାହୀ)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମୁଖ୍ୟ ରାସ୍ତା ଚାରିଛକ ଠାରେ ଧାନ ମଣ୍ଡି ର ସ୍ଥାୟୀ ସମାଧାନ ପାଇଁ ବିଜେଡ଼ି ର ଚକ ଅଖ ବନ୍ଦ ଆନ୍ଦୋଳନ ମଙ୍ଗଳବାର ସଫଳ ହୋଇଛି । ଧାନ ମଣ୍ଡି ରେ କଟନି ଛଟନି ବନ୍ଦ କରିବା , ମଣ୍ଡି ରେ ଚାଷୀଙ୍କ ପାଖରୁ ଅଖା ବସ୍ତାରେ ଧାନ କିଣିବା, ମଣ୍ଡି ରେ ଧାନ କିଣିବା ସମୟ ସକାଳ ୧୦ଘ ରୁ ଅପରାହ୍ନ ୪ଘ ସମୟ ପର୍ଯ୍ୟନ୍ତ କରିବା , ମଣ୍ଡି ରେ ୨ହଜାର କ୍ଵିଣ୍ଟାଲ ବଦଳରେ ୪ହଜାର କ୍ଵିଣ୍ଟାଲ ଧାନ କିଣିବା ଭଳି ଅନେକ ଦାବୀ ନେଇ ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ଡାକରା ରେ ଡାବୁଗାଁ ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତା ରୋକ କରି ଆନ୍ଦୋଳନ କରିଥିଲେ । ଆଗାମୀ ଦିନର ଯଦି ଏହାର ସ୍ଥାୟୀ ସମାଧାନ ନ ହୁଏ, ତେବେ ଏହି ଆନ୍ଦୋଳନ ତୀବ୍ର କରାଯିବ ବୋଲି ଡାବୁଗାଁ ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି । ଚାଷୀ ମାରଣା ନୀତି ବନ୍ଦ କରିବା ଭଳି ଦାବୀ ରଖି ରାସ୍ତା ରୋକ କରାଯାଇଥିଲା । ଏହି ଆନ୍ଦୋଳନ ସମୟରେ ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ବରିଷ୍ଠ ନେତା ଏମ୍. ଆପ୍ପା ରାଓ, ଏମ. ଭାସ୍କର ରାଓ, ବବଲୁ ତ୍ରିପାଠୀ, ରମେଶ ପଟ୍ଟନାୟକ ୫୦ରୁ ଅଧିକ ବିଜେଡ଼ି କର୍ମୀ ଓ ୧୦୦ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ଏହି ଆନ୍ଦୋଳନ ଯୋଗୁଁ ସକାଳ ୬ଘ ସମୟରୁ ସନ୍ଧ୍ୟା ୬ ଘ ପର୍ଯ୍ୟନ୍ତ କୌଣସ ଗାଡ଼ି ମୋଟର ଯିବା ଆସିବା କରୁନଥିବା ଯୋଗୁଁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଅଖ ଚକ ବନ୍ଦ ଯୋଗୁଁ ଅନେକ ଗାଡ଼ି ରାସ୍ତା ରେ ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ଶାନ୍ତି ଶୃଙ୍ଖଳାରେ ଚକ ଅଖ ବନ୍ଦ ଡାକରା ସଫଳ ହୋଇଛି l ଶାନ୍ତି ଶୃଙ୍ଖଳା ନିମନ୍ତେ ଡାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l ଗଣେଶ ପାଣିଗ୍ରାହୀ ରିପୋର୍ଟ, ମୋବାଇଲ: 7894715457