logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତାରାତାରିଣୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ୟୁନିଟ୍–୨ ର ଶୀତକାଳୀନ ଉଦଯାପନୀ ଉତ୍ସବ ଅନୁଷ୍ଠିତ !

ତାରାତାରିଣୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ୟୁନିଟ୍–୨ ର ଶୀତକାଳୀନ ଉଦଯାପନୀ ଉତ୍ସବ ଅନୁଷ୍ଠିତ
ପୁରୁଷୋତ୍ତମପୁର, ତା. ୧୫/୦୧/୨୦୨୬ : ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ୟୁନିଟ୍–୨ ଆନୁକୁଲ୍ୟରେ ପୋଷ୍ୟ ଗ୍ରାମରେ ଆୟୋଜିତ ସପ୍ତଦିନିଆ ବିଶେଷ ଶୀତକାଳୀନ ଶିବିରର ଉଦଯାପନୀ ଉତ୍ସବ ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ସଫଳତାର ସହିତ ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ଡଃ ସ୍ୱାଗତିକା ଦାଶ ଅତିଥି ପରିଚୟ ସହ ସପ୍ତଦିନର କାର୍ଯ୍ୟସୂଚୀର ସବିସ୍ତାର ବିବରଣୀ ଉପସ୍ଥାପନ କରିଥିଲେ। ସେଚ୍ଛାସେବୀ କେ. ସୌଭାଗ୍ୟଲକ୍ଷ୍ମୀ ରାଓଙ୍କ ପ୍ରାରମ୍ଭିକ ସଙ୍ଗୀତ ଗାନ ଦ୍ୱାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ସୁଜିତ୍ କୁମାର ନାୟକ ଯୋଗଦେଇ ସପ୍ତଦିନିଆ କାର୍ଯ୍ୟକ୍ରମର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ ଏବଂ ଛାତ୍ରୀମାନଙ୍କ ସହ ପ୍ରଶ୍ନୋତ୍ତର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ତାହାର ପ୍ରତିରୋଧ ପାଇଁ ଆବଶ୍ୟକୀୟ ସତର୍କତା, ଆଇନଗତ ସହାୟତା ଓ ସ୍ୱୟଂ ସୁରକ୍ଷା ବିଷୟରେ ସେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଗଣେଶ ସାହୁ ଯୋଗଦେଇ ଏନ୍‌ଏସ୍‌ଏସ୍‌ର ଲକ୍ଷ୍ୟ, କାର୍ଯ୍ୟକାରିତା ଓ ସମାଜ ଗଠନରେ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ।
ମଞ୍ଚାସୀନ ଅନ୍ୟାନ୍ୟ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ଡଃ ରମେଶ ଚନ୍ଦ୍ର ସେନାପତି, ଅଧ୍ୟାପିକା ସଂଧ୍ୟାରାଣି ପାତ୍ର, ସଦାଶିବ ପଣ୍ଡା ଓ ଶ୍ରୀ ସୁଧିର କୁମାର ଦାସ ଉପସ୍ଥିତ ଥିଲେ।
ପରିଶେଷରେ ଶିବିରରେ ଭାଗନେଇଥିବା ସମସ୍ତ ସ୍ବେଛାସେବୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସ୍ବେଛାସେବୀ କେ. ବିଜୟଲକ୍ଷ୍ମୀ ରାଓ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।

59
1165 views

Comment