logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତାରାତାରିଣୀ ମହାବିଦ୍ୟାଳୟରେ ବାର୍ଷିକ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ୨୦୨୫–୨୬ ଅନୁଷ୍ଠିତ


ପୁରୁଷୋତ୍ତମପୁର, ତା ୨୦/୦୧/୨୬:
ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ବାର୍ଷିକ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ୨୦୨୫–୨୬ ଛାତ୍ର ସଂସଦ ଉପଦେଷ୍ଟା ତଥା ରାଜନୈତିକ ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀ ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ଉଦ୍ଘାଟନ କରିଥିଲେ। ଏଥିରେ ବରିଷ୍ଠ ଅଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ସେନାପତି ଉପସ୍ଥିତ ଥିଲେ।
ବିଚାରକ ଭାବେ ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ଃ ପ୍ରବୀର କେଶରୀ ପ୍ରଧାନ, ଅଧ୍ୟାପକ ନୟୁଡୁ ମୋହନ ଏବଂ ଡ଼ଃ ସୁବ୍ରତ କୁମାର ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କର ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନକୁ ମୂଲ୍ୟାୟନ କରିଥିଲେ।
ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନାଚ ଓ ଗୀତକୁ ଶାନ୍ତି ଓ ଶୃଙ୍ଖଳାମୟ ପରିବେଶରେ ଉପଭୋଗ କରିଥିଲେ।
ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ପୁରସ୍କୃତ କରାଯିବ। ପରିଶେଷରେ ଶ୍ରୀ ସୁଶାନ୍ତ କୁମାର ସାହୁ ବିଚାରକମଣ୍ଡଳୀ ସହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

113
4653 views

Comment