logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କପିଳାସ ଶୈବପୀଠ ହେବ ବିଶ୍ୱ ସ୍ତରୀୟ ପର୍ଯ୍ୟଟନସ୍ଥଳୀ

ରାଜ୍ୟର ପ୍ରସିଦ୍ଧ ଶୈବ୍ୟପୀଠ କପିଳାସ ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ I ଆମ ପ୍ରିୟ ମନ୍ତ୍ରୀ ମାନ୍ୟବର କୃଷ୍ଣଚନ୍ଦ୍ର ପାତ୍ର (ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ )ଙ୍କ ବହୁ ପ୍ରଚେଷ୍ଟାର ଫଳ ଏବେ ସଫଳ ହେବାକୁ ଯାଉଛି I ରାଜ୍ୟ ସରକାରଙ୍କ ଖୁବଶୀଘ୍ର ବାବା ଚନ୍ଦ୍ରଶେଖର ବିଜେ କପିଳାସ ପୀଠକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବାପାଇଁ ପ୍ରସ୍ତୁତି ଚାଲିଛି I DPR ପ୍ରସ୍ତୁତ ହୋଇସାରିଛି I

ଏହି ପରିପେକ୍ଷରେ ଗତ କାଲି ଢେଙ୍କାନାଳର ଉପସ୍ଥିତ ପ୍ରସିଦ୍ଧ ଶୈବପୀଠ କପିଳାସ ମନ୍ଦିରରେ ପ୍ରଭୁ ଶ୍ରୀ ବାବା ଚନ୍ଦ୍ରଶେଖର ମହାଦେବଙ୍କ ଦର୍ଶନ କରି ମନ୍ଦିରର ଉନ୍ନତି ଓ ସଂରକ୍ଷଣ ନେଇ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଓଡିଶା ସରକାରଙ୍କ ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମହୋଦୟ।

ଅଞ୍ଚଳର ୬ଟି ଜୋନରେ ଉନ୍ନତିକରଣ କାର୍ଯ୍ୟ କରାଯିବ। ପ୍ରଥମ ଜୋନ ଭାବେ କପିଳାସ ଛକ, ପାର୍କିଂ ସ୍ଥଳରେ ଲୋକଙ୍କ ସୁବିଧା ସହ ଦ୍ୱିତୀୟ ଜୋନର ଉନ୍ନତିକରଣ, ହରିଣ ପାର୍କ, ପିକନିକ ପିଣ୍ଡି, ୧୦ଟି କଟେଜ ଏବଂ ଯାତ୍ରୀନିବାସ ଓ ଦୋକାନ ଏବଂ ଶୌଚାଳୟର ସୁବିଧା ରୂପେ ତୃତୀୟ ଜୋନର ଉନ୍ନତିକରଣ କରାଯିବାର ପ୍ରବନ୍ଧନ ହୋଇଥିବା ବେଳେ ଚତୁର୍ଥ ଜୋନ ଭାବେ ଶିବ ପ୍ଲାଜା, ସନ୍ତୋଷୀ ମା' ମନ୍ଦିର, ପାର୍କିଂ, ପ୍ରବେଶ ପଥ ର ଗେଟ ଆଦିର ଉନ୍ନତିକରଣ କରାଯିବ। ପଞ୍ଚମ ଜୋନରେ ୱାଟରଫ୍ରଣ୍ଟ ପାର୍କ,ପିଣ୍ଡି,ମଣ୍ଡପ, ଶୌଚାଳୟ ଏବଂ ପାହାଚଗୁଡିକର ନବୀକରଣ କରାଯିବ। ଷଷ୍ଠ ଜୋନରେ ରାସ୍ତାର ପ୍ରଶସ୍ତୀକରଣ, ମନ୍ଦିର କାର୍ଯ୍ୟାଳୟ, ପୋଲିସ ଆଉଟ ପୋଷ୍ଟ, ସେବକ ଗୃହ ସମେତ ମନ୍ଦିର ଚତୁଃପାର୍ଶ୍ଵର ଉନ୍ନତିକରଣ କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି ।

ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର,ଉପ-ଜିଲ୍ଲାପାଳ ଶ୍ରୀ ବିଭୂଦା ଗଡ଼ନାୟକ ଓ ପୂର୍ତ୍ତ ବିଭାଗ (ରାସ୍ତା ଓ ବିଲଡିଂ) ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ ଏବଂ ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ।

#kapilash #temple #development #meeting #dhenkanal

10
789 views

Comment