logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ ଗଣନା ପ୍ରଶିକ୍ଷଣ ଶିବିର l ଆସିକା:(29/1/26)(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ

ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ ଗଣନା ପ୍ରଶିକ୍ଷଣ ଶିବିର l

ଆସିକା:(29/1/26)(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପରାମର୍ଶ କ୍ରମେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧ୍ୟାନସ୍ଥ ଆସିକା, ବୁଗୁଡା, ପୋଲସରା, ସୋରଡା, ବଡଗଡ ବନାଞ୍ଚଳ ବିଭିନ୍ନ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଚରଣ କରୁଥିବା କୃଷ୍ଣସାର ମୃଗଙ୍କ ଗଣନା କାର୍ଯ୍ୟକ୍ରମ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିପାଇ ଏକ ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ଚାରିମଇଲି ସ୍ଥିତ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୂକାରୀ ଭିପାସା ପାରୁଲ୍ ଯୋଗଦେଇ ବନବିଭାଗର ପଦାଧୂକାରୀ ଓ ବନସୁରକ୍ଷା ସମିତିର ସଦସ୍ୟମାନଙ୍କୁ କୃଷ୍ଣସାର ସାର ମୃଗ ଗଣନାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ, ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ବିଶ୍ବନାଥନ୍ ନିଳାନ୍ନଭର, ଆସିକା ବନାଞ୍ଚଳ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବତ୍ତନ ବିଭାଗ, ଘୁମୁସର ଦକ୍ଷିଣ ବନଖଣ୍ଡ ,ଭଞ୍ଜନଗର
ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଦକ୍ଷିଣ ଘୁମୁସର ବନଖଣ୍ଡର ସହକାରୀ ବନସଂରକ୍ଷକ ପ୍ରଦୀପ କୁମାର ବେହେରା,କୃଷ୍ଣସାର ମୃଗ ସୁରକ୍ଷା ସମିତି ସଭାପତି ଅମୂଲ୍ୟ କୁମାର ଉପାଧ୍ୟାୟ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରା, ବୁଗୁଡା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ସାହୁ,ସୋରଡା ବନାଞ୍ଚଳ ଅଧିକାରୀ ନିହାର ରଞ୍ଜନ ମଳିକ, ବଡଗଡ ବନାଞ୍ଚଳ ଅଧୂକାରୀ ଅଞ୍ଜନ କୁମାର ନାୟକ,ବନାଞ୍ଚଳ ଅଧିକାରୀ ଅନିଲ୍ କୁମାର ପଣ୍ଡା,ଆସିକା ବନପାଳ ଶରତ ଚନ୍ଦ୍ର ବେହେରା,ଧରାକୋଟ ବନପାଳ ଲାଜୁ ଶବର,ଶେରଗଡ ବନପାଳ ରାଜେନ୍ଦ୍ର କୁମାର ଗୌଡ, ଷଡଙ୍ଗୀପଲ୍ଲୀ ବନପାଳ ପି. ସୁରଜ କୁମାରଙ୍କ ସମେତ ବନବିଭାଗର ବହୁ ବରିଷ୍ଠ ପଦାଧିକାରୀ,ପରିବେଶବିତ୍, ବନସୁରକ୍ଷା ଓ କୃଷ୍ଣସାର ମୃଗ ସୁରକ୍ଷା ସମିତିର ସଦସ୍ୟ,ମହାବିଦ୍ୟାଳୟର ଛାତ୍ର ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

15
1603 views

Comment