logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସମାରୋହରେ ସାମିଲ ହେଲି । ଗଞ୍ଜାମର ଏହି ପବିତ୍ର ମାଟି ଓ ସମୁଦ୍ରର ପ୍ରତିଟି ଲହରୀରେ ଆମ ପ୍ରାଚୀନ ସାମୁଦ୍ରିକ ଗୌରବର ସ

ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସମାରୋହରେ ସାମିଲ ହେଲି । ଗଞ୍ଜାମର ଏହି ପବିତ୍ର ମାଟି ଓ ସମୁଦ୍ରର ପ୍ରତିଟି ଲହରୀରେ ଆମ ପ୍ରାଚୀନ ସାମୁଦ୍ରିକ ଗୌରବର ସ୍ମୃତି ଜୀବନ୍ତ ହୋଇ ରହିଛି। ଏହି ମହୋତ୍ସବ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧ ପରମ୍ପରାର ଏକ ଅନନ୍ୟ ପ୍ରତିଛବି। ଏହି ଅବସରରେ ଓଡ଼ିଆ ସାହିତ୍ୟର ଅମୂଲ୍ୟ ପ୍ରତିଭୂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମ୍ମାନାର୍ଥେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତାଙ୍କ ନାମରେ ସ୍ୱତନ୍ତ୍ର ଶୈକ୍ଷିକ ଆସନର ପୁନଃସ୍ଥାପନା ଏବଂ ତାଙ୍କ ଜୟନ୍ତୀକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରିବା ପାଇଁ ମୁଁ ଘୋଷଣା କରିଛି । ଏହା ସହ ଗଞ୍ଜାମ ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପାୟନ ରାଜ୍ୟ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଆମେ ବନ୍ଦରଭିତ୍ତିକ ଅର୍ଥନୀତି ଉପରେ ଗୁରୁତ୍ୱାରୋପ କରୁଛୁ। ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଏବଂ ବାହୁଦାଠାରେ ନୂତନ ବନ୍ଦର ସ୍ଥାପନ ଦ୍ୱାରା ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ନୂଆ ଦିଗନ୍ତ ଉନ୍ମୋଚିତ ହେବ। ଏଥିସହିତ ସୋନାପୁର ବେଳାଭୂମିର ଅନ୍ତର୍ଜାତୀୟ ମାନ୍ୟତା ଗଞ୍ଜାମକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ଆମେ ଆଗକୁ ବଢ଼ୁଛୁ। ସମସ୍ତଙ୍କ ସହଯୋଗ ଓ ସମ୍ମିଳିତ ପ୍ରୟାସରେ ଆମେ ଏକ ସାମଗ୍ରିକ ବିକାଶ ପଥରେ ଅଗ୍ରସର ହେଉଛୁ। ଏହି ବିକାଶ ଯାତ୍ରାରେ ଆପଣମାନଙ୍କ ସହଯୋଗ ଓ ସମର୍ଥନ ଅପରିହାର୍ଯ୍ୟ। ଆସନ୍ତୁ, ଆମେ ସମସ୍ତେ ମିଶି ଗଞ୍ଜାମ ଜିଲ୍ଲାକୁ ସମୃଦ୍ଧିର ଶିଖରରେ ପହଞ୍ଚାଇବା ଏବଂ ବିକଶିତ ଓଡ଼ିଶା ଗଠନର ମୁଖ୍ୟଧାରାରେ ସାମିଲ କରିବା। ଗଣେଶ ପାଣିଗ୍ରାହୀ ରିପୋର୍ଟ

1
800 views

Comment