logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଣିକ୍ୟପୁର ବୀଣା ଛଟେଇ ଉଚ୍ଚ ବିଦ୍ୟାଳୟରେ ଦଶମ ବାର୍ଷିକ ଉଛବ ପାଳିତ | ଗଣେଶ ପାଣିଗ୍ରାହୀ ରିପୋର୍ଟ ମାଣିକ୍ୟପୁର ୩୦/୦୧/୨୦୨୬- ଆଜି ମାଣିକ୍ୟପୁର ବୀଣା ଛଟେଇ ଉଚ୍ଚ ବିଦ୍ୟାଳୟରେ

ଗଞ୍ଜାମ ଜିଲ୍ଲା ମାଣିକ୍ୟପୁର ବୀଣା ଛଟେଇ ଉଚ୍ଚ ବିଦ୍ୟାଳୟରେ ଦଶମ ବାର୍ଷିକ ଉଛବ ପାଳିତ |

ଗଣେଶ ପାଣିଗ୍ରାହୀ ରିପୋର୍ଟ ମାଣିକ୍ୟପୁର ୩୦/୦୧/୨୦୨୬- ଆଜି ମାଣିକ୍ୟପୁର ବୀଣା ଛଟେଇ ଉଚ୍ଚ ବିଦ୍ୟାଳୟରେ ଦଶମ ବାର୍ଷିକ ଉଛବ ପାଳିତ ହୋଇଯାଇଛି | ଉକ୍ତ ଉଛବରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା,ମୁଖ୍ୟ ବକ୍ତା ଶିକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଅତିରିକ୍ତ ଶିକ୍ଷା ଅଧିକାରୀ ସୌରୀ ଶଙ୍କର ବେହେରା ସମେତ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ତତ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ,ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |ଶିକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ନିଜ ଅଭି ଭାଷଣରେ କହିଥିଲେ ଏହି ବିଦ୍ୟାଳୟ ଆମ ବ୍ଲକର ଅନ୍ୟତମ ବିଦ୍ୟାଳୟ ଏଠାରେ ପାସ ହାର ୯୮ ପ୍ରତିଶତ ରହିଥିବା ବେଳେ ପ୍ରଥମ ସ୍ତନ ଅନେକ ଛାତ୍ର ଅଧିକାର କରୁଛନ୍ତି ଯଦି ଚଳିତ ବର୍ଷ ଯେଉଁ ଛାତ୍ର ଛାତ୍ରୀ ୯୦ ପ୍ରତିଶତ ମାର୍କ ରଖିବେ ନିଜ ତରଫରୁ ୧୦୦୦୦/- ଟଙ୍କା ଦେବେ କହିଲେ |ଶ୍ରୀ ଜେନା କୃତି ଛାତ୍ରଙ୍କୁ ସମ୍ମାନିତ କରିବା ସହ ନିଜ ଅଭି ଭାଷଣରେ ଛାତ୍ର ଛାତ୍ରୀ ମାନଙ୍କ କୃତିତ୍ୱ ଉପରେ ବଖାଣିଥିଲେ | ବୀଣା ଛଟେଇ ଉଚ୍ଚ ବିଦ୍ୟାଳୟ ମୋ ପାଇଁ ଏକ ଆଦର୍ଶ ବିଦ୍ୟାଳୟ ଏହି ବିଦ୍ୟାଳୟରେ ସଂସ୍କାର ଶିଖାଯାଏ ଓ ଏଠାରୁ ଅନେକ ଛାତ୍ର କୃତି ହାସଲ କରି ଅନେକ କର୍ମ କ୍ଷେତ୍ରରେ ନିୟୋଜିତ ହୋଇଥିବା କହିଥିଲେ ଓ ଯେଉଁମାନେ ଦଶମ ଉତୀର୍ଣ୍ଣ ପରେ କଲେଜ ପଢିବାରେ ଅର୍ଥ ବାଧକ ସାଜୁଛି ସେହି ପିଲାଙ୍କୁ ସେ ନିଜେ ପାଠ ପଢ଼ାଇବା ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି | ଉକ୍ତ ଉଛବରେ ବିଦ୍ୟାଳୟର ସଭାପତି ଅଶୋକ କୁମାର ସୁବୁଧି,ସାବା ପୂର୍ବତନ ସରପଞ୍ଚ ହାଂବୁଲୁ ବିଷୋୟୀ, ବିଦ୍ୟାଳୟ କମିଟି ବୃଦ ବାର୍ଷିକ ଉଛବର ଶୋଭା ବର୍ଦ୍ଧନ କରିଥିଲେ | ଏହି ବିଦ୍ୟାଳୟଟି ଶ୍ରୀ ଜେନାଙ୍କ ଅତି ପ୍ରିୟ ବିଦ୍ୟାଳୟ ହୋଇଥିବାରୁ ପ୍ରତି ବର୍ଷ ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଓ ବାର୍ଷିକ ଉଛବରେ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମନ ବଳ ବଢାଇଥିଲେ | ଏହି କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷକଙ୍କ ନିର୍ଦେଶ କ୍ରମେ ସମସ୍ତ କର୍ମଚାରୀଙ୍କ ସହଯୋଗ ରେ ବିଭିର୍ନ ସାଂସ୍କୃତିକ କାର୍ୟ୍ଯକରମ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ଦେଖିବାକୁ ମିଳିଛି | ସମସ୍ତ ଅଭିଭାବକ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଧାନ ଶିକ୍ଷକଙ୍କୁ ସାଧୁ ବାତ ଜଣାଇଥିଲେ |
ଧରାକୋଟରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ

0
882 views

Comment