logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଠମଲ୍ଲିକ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ସେମିଫାଇନାଲ l ୩ -୧ ରେ ସୋନପୁର କୁ ପରାସ୍ତ କରି ଫାଇନାଲ ରେ ଝାରସୁଗୁଡା l

ଅନୁଗୋଳ (କରୁଣାକର ନାୟକ ) -୭/୨:- ଆଠମଲ୍ଲିକ ମିନି ଷ୍ଟାଡିଅମ ଠାରେ କ୍ରୀଡା ସଂସଦ ଦ୍ୱାରା ଆୟୋଜିତ ହେଉଥିବା ଆଠମଲ୍ଲିକ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଶନିବାର ଅନୁଷ୍ଠିତ ହୋଇଯାଇଛି l ସୋନପୁର ଓ ଝାରସୁଗୁଡା ଦଳ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଝାରସୁଗୁଡା ଦଳ ୩-୧ ଗୋଲରେ ସୋନପୁର କୁ ପରାସ୍ତ କରି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଛି l ମ୍ୟାଚ କୁ ପରିଚାଳନା କରିଥିଲେ ବରିଷ୍ଠ ରେଫରୀ ଦିଲ୍ଲୀପ କୁମାର ରାଉତ ଓ ଲାଇନ୍ସମ୍ୟାନ ଭାବେ ଗରିବ ବେହେରା,ସୁଶୀଲ ବେହେରା ସହଯୋଗ କରିଥିଲେ l ଏହି ସେମିଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଆଠମଲ୍ଲିକ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ସମ୍ମାନିତ ଅତିଥିଭାବେ ଓକିଲସଂଘ ଉପସଭାପତି ବିଦ୍ୟୁତ କୁମାର ପାଣିଗ୍ରାହୀ, ସମ୍ପାଦକ ଅର୍ଜୁନ ରାଉଳ, କୋଷାଧକ୍ଷ ତଥା ଲାଇବ୍ରେରୀଆନ ବିଶ୍ୱସୁନ୍ଦର ଶତପଥି, ସରକାରୀ ଓକିଲଭାବେ ପୀତବାସ ସାହୁ, ଭବାନୀ ପ୍ରସାଦ ଜ୍ୟୋତିଷରାୟ,ଅନ୍ତର୍ଯ୍ୟାମୀ ରାଉଳ ଓ ଓକିଲସଂଘ ର ପୂର୍ବତନ ସଭାପତି ଦୀନେଶ କୁମାର ସିଂହ ଉପସ୍ଥିତ ରହି ଉଭୟ ଦଳଙ୍କ ସହ କରମର୍ଦନ କରି ଶୁଭେଚ୍ଛା ଜଣାଇଥିଲେ l ଉଭୟ ଦଳର ଖେଳାଳିମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ l ଆସନ୍ତା ରବିବାର ଫାଇନାଲ ମ୍ୟାଚ କୁଚିଣ୍ଡା ଓ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି l ଉପଖଣ୍ଡ ର ହଜାର ହଜାର ଦର୍ଶକ ପଡିଆରେ ଉପସ୍ଥିତ ରହି ଉଭୟ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ମ୍ୟାଚର ଧାରାବିବରଣୀ ପ୍ରସାର କରିଥିଲେ ଶିକ୍ଷକ ପ୍ରଦୀପ କୁମାର ବାହୁକ l

221
3518 views

Comment