logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନୁଆଗୁଡ଼ା ଗ୍ରାମରେ ଦୟନୀୟ ରାସ୍ତା ଅବସ୍ଥା ପ୍ରଶାସନର ଅବହେଳାରେ ବାଧ୍ୟ ହୋଇ ଗ୍ରାମବାସୀଙ୍କ ରାଜରାସ୍ତା ଅବରୋଧ

ନୁଆଗୁଡ଼ା ଗ୍ରାମରେ ଦୟନୀୟ ରାସ୍ତା ଅବସ୍ଥା
ପ୍ରଶାସନର ଅବହେଳାରେ ବାଧ୍ୟ ହୋଇ ଗ୍ରାମବାସୀଙ୍କ ରାଜରାସ୍ତା ଅବରୋଧ
କୋରାପୁଟ ଜିଲ୍ଲା ଅନ୍ତର୍ଗତ ନୁଆଗୁଡ଼ା ଗ୍ରାମରେ ଦୀର୍ଘଦିନ ଧରି ରାସ୍ତା ସମସ୍ୟା ଗୁରୁତର ଆକାର ନେଇଛି। ଗ୍ରାମକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ସତ୍ତ୍ୱେ ବାରମ୍ବାର ଅଭିଯୋଗ ଓ ଅନୁରୋଧ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ବର୍ଷା ଦିନରେ ରାସ୍ତାଟି କାଦୁଆ ଓ ଗହ୍ୱରରେ ପରିଣତ ହୋଇ ଯାଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେଉଛି। ଏହି ରାସ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା, ରୋଗୀମାନେ ଚିକିତ୍ସା ପାଇଁ ହସ୍ପିଟାଲକୁ ନେବା ଏବଂ ଗ୍ରାମବାସୀମାନେ ଦୈନନ୍ଦିନ ଜୀବନ ଚାଲାଇବାରେ ଗଭୀର ସମସ୍ୟା ଭୋଗୁଛନ୍ତି।
ଗ୍ରାମବାସୀଙ୍କ ପ୍ରମୁଖ ଅସୁବିଧାଗୁଡ଼ିକ :
ବର୍ଷା ହେଲେ ରାସ୍ତାରେ କାଦୁଆ ଓ ପାଣି ଜମି ଯାତାୟାତ ଅସମ୍ଭବ
ଆମ୍ବୁଲାନ୍ସ ଓ ଆପତ୍କାଳୀନ ଯାନ ଗ୍ରାମକୁ ପହଞ୍ଚି ପାରୁନଥିବା
ଛାତ୍ରଛାତ୍ରୀଙ୍କ ପଢ଼ାଶୁନା ଗଭୀର ଭାବେ ପ୍ରଭାବିତ
ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ପାଇଁ ଯାତାୟାତ ଜୀବନ ଝୁମ୍ପ
କୃଷି ଉତ୍ପାଦ ବଜାରକୁ ନେବାରେ ଅସୁବିଧା
ଏହି ଅବହେଳା ପ୍ରତିବାଦରେ ବାଧ୍ୟ ହୋଇ ନୁଆଗୁଡ଼ା ଗ୍ରାମବାସୀ ରାଜରାସ୍ତା ଅବରୋଧ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ। ଗ୍ରାମବାସୀମାନେ ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଶାସନଙ୍କୁ ଦାବି ଜଣାଇଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, “ଯଦି ଶୀଘ୍ର ରାସ୍ତା ମରାମତି କାମ ଆରମ୍ଭ ହେବ ନାହିଁ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ।”
କ୍ରିଷ୍ଣା ଗେମେଲ୍
ନୁଆଗୁଡ଼ା, କୋରାପୁଟ

16
564 views

Comment