logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଶିବ ଜୟନ୍ତୀ ଉପଲକ୍ଷେ ଶିବଧ୍ବଜା ଉତ୍ତଳନ

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଶିବ ଜୟନ୍ତୀ ଉପଲକ୍ଷେ ଶିବଧ୍ବଜା ଉତ୍ତଳନ

ହରିଚନ୍ଦନପୁର( ଶୂନ୍ୟ ରଞ୍ଜନ ଘଣା)ତା୧୦.୦୨.୨୦୨୬ରିଖ ଦିନ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଝାଲ୍ କାଣୀ,କୁଣ୍ଡଳ ପାଣି, ଜିରାଙ୍ଗ,ତମ୍ବାହରା ଠାରେ ଶିବ ଜୟନ୍ତୀ ଉପଲକ୍ଷେ ଶିବଧ୍ବଜା ଉତ୍ତୋଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝର ସେବା କେନ୍ଦ୍ରର ମୁଖ୍ୟ ସଂଚଳିକା ଭଉଣୀ ରାଜଯୋଗିନୀ ବ୍ରହ୍ମାକୁମାରୀ ବିନ୍ଦୁ ଦିଦୀ,ସହସଂଚଳିକା ବ୍ରହ୍ମା କୁମାରୀ ପ୍ରତିଭା ଭଉଣୀ,ଘଟଙ୍ଗା ହରିଚନ୍ଦନପୁର ସେବା କେନ୍ଦ୍ରର ସଂଚାଲିକା ବ୍ରହ୍ମା କୁମାରୀ ତନୁଜା ଭଉଣୀ ଯୋଗ ଦେଇ ଥିଲେ। ମୁଖ୍ୟଅତିଥି ବିନ୍ଦୁ ଦିଦି ଶିବ ଜୟନ୍ତୀ ର ଆଧ୍ୟାତ୍ମିକ ରହସ୍ୟ ତଥା ମୂଲ୍ୟନିଷ୍ଠ ସମାଜ ଗଠନ ଦିଗରେ ଆଲୋକପାତ କରିଥିଲେ। ବ୍ରହ୍ମା କୁମାର ଡମ୍ବରୁ ଭାଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଛବି ଦିଦି ମଞ୍ଚ ପରିଚାଳନା କରିଥିଲେ। ବ୍ରହ୍ମାକୁମାରି ପିଙ୍କି ଭଉଣୀ,ଅଞ୍ଜଳି ଭଉଣୀ, ଜ୍ୟୋତି ଭଉଣୀ, ବ୍ରହ୍ମାକୁମାର ବିନୋଦ ଭାଇ,ସଦାନନ୍ଦ ଭାଇ,ଲିପୁ ଭାଇ, ଗିରିଶ୍ ଭାଇ,ଜଗବନ୍ଧୁ ସାର୍,ଚନ୍ଦ୍ରମଣି ସାର୍,ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ । ଅବସର ପ୍ରାପ୍ତ କଳିଙ୍ଗ ମାଇନ୍ସ ଏମ୍ ଡି ବ୍ରହ୍ମକୁମାର ପ୍ରଫୁଲ୍ଲ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇଥିଲେ ।

0
4 views

Comment