logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*କୋରାପୁଟ ଜିଲ୍ଲାର ଏନଏଚଏମ ପାରାମେଡିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ*


କୋରାପୁଟ: ଅଲ୍ ଓଡ଼ିଶା କଣ୍ଟ୍ରାକଚୁଆଲ ପାରାମେଡିକ ଆସୋସିଏସନ ବ୍ୟାନରରେ କୋରାପୁଟ ଜିଲ୍ଲାରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ମୋବାଇଲ ହେଲଥ ୟୁନିଟରେ କାର୍ଯ୍ୟରତ ପାରାମେଡିକାଲ କର୍ମଚାରୀଙ୍କ ପକ୍ଷରୁ ଚାକିରୀ ସମସ୍ୟା ନେଇ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଓ ଆରବିଏସକେ ରେ କାର୍ଯ୍ୟରତ ଏଏନଏମ,ଫାର୍ମାସିଷ୍ଟ ଓ ଷ୍ଟାଫନର୍ସଙ୍କ ଏକ ପ୍ରତିନିଧି ମଣ୍ଡଳି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ରବୀନ୍ଦ୍ର ନାଥ ମିଶ୍ରଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ।ଦୀର୍ଘ ୧୨ ରୁ ୨୦ବର୍ଷ ଧରି କାର୍ଯ୍ୟରତ ଏହି କର୍ମଚାରୀ ଦୁର୍ଗମ ଗ୍ରାମାଞ୍ଚଳରେ ଓ ସ୍କୁଲ ପିଲାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି।ସମୟୋଚିତ ଚିକିତ୍ସା ସହିତ ରେଫରାଲ,ଔଷଧ ବଣ୍ଟନ,ଟୀକାକରଣ,ସଚେତନତା, ଆବଶ୍ୟକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡି ଓ ଇଣ୍ଡୋରରେ ସେବା ଯୋଗାଇ ଆସୁଛନ୍ତି ଓ କୋଭିଡ ୧୯ ଭଳି ଦୁର୍ଦ୍ଦିନ ସମୟରେ ମଧ୍ୟ ଉଲ୍ଲେଖନୀୟ ସେବା ଯୋଗାଇ ଥିଲେ। ଜୀବନର ସର୍ବୋତ୍ତମ ସମୟ ସରକାରଙ୍କୁ ଦେଇଥିଲେ ମଧ୍ୟ ଓ ସରକାର ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଥିବା ଅନ୍ୟ ପାରାମେଡିକାଲ କର୍ମଚାରୀଙ୍କୁ ୨୦୧୯ରେ ନୂତନ ସେବା ସର୍ତ୍ତାବଳୀ କରି ନିୟମିତ କରିଥିଲେ ସୁଦ୍ଧା ଆରବିଏସକେ ଓ ଏମଏଚୟୁ କର୍ମଚାରୀଙ୍କୁ ଅଣଦେଖା କରିଛନ୍ତି ବୋଲି ଦାବୀପତ୍ରରେ ଉଲ୍ଲେଖ କରି ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ନୀରବ ରହିଥିବା କହିଛନ୍ତି। ସଂଘର ଦାବୀ ଅନୁଯାୟୀ ସରକାର ସେମାନଙ୍କୁ ନିୟମିତ କର୍ମଚାରୀ ରୂପେ ଗ୍ରହଣ କରିବା,ଚାକିରୀ ସୁରକ୍ଷା,ପେନସନ ଓ ପଦୋନ୍ନତି ବ୍ୟବସ୍ଥା କରିବା,ସମାନ କାମକୁ ସମାନ ଦରମା ନୀତିରେ ନିୟମିତ କର୍ମଚାରୀଙ୍କ ଭଳି ସମକକ୍ଷ ବେତନ ଦେବା,କେବିକେ ପ୍ରୋତ୍ସାହନ ରାଶି ପ୍ରଦାନ, ଘରଭଡ଼ା ଓ ଡିଏ ବ୍ୟବସ୍ଥା ଏବଂ ଏମଏଚୟୁ କର୍ମଚାରୀଙ୍କୁ ଈପିଏଫ୍ ସୁବିଧା ଆଦି ଦେବାକୁ ନିବେଦନ କରାଯାଇଛି।୧୦ ଦିନ ଭିତରେ ଦାବୀ ପୂରଣ ନ ହେଲେ ଅସହଯୋଗ କରାଯିବ ବୋଲି ଚେତାବନୀ ଦେଇଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ,ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଏନଏଚଏମ ନିର୍ଦେଶକଙ୍କୁ ଦାବୀପତ୍ରର ନକଲ ପ୍ରଦାନ କରାଯାଇଥିବା ଆସୋସିଏସନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

18
795 views

Comment