କ୍ଷେତ୍ରବାସୀ ଡି.ଏ.ଭି ମହାବିଦ୍ୟାଳୟ ୭୫ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ
ଖୋର୍ଦ୍ଧା,୨୧.୨.୨୬(ଏ.ଆଇ.ଏମ.ଏ) କ୍ଷେତ୍ରବାସୀ ଡି.ଏ.ଭି ମହାବିଦ୍ୟାଳୟର ୭୫ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ବନ୍ଧୁ ମିଳନ ପର୍ବ ମହାସମାରୋହରେ ପାଳିତ ହୋଇଯାଇଅଛିl ମହାବିଦ୍ୟାଳୟ ର ଇଣ୍ଟରମିଡିଏଟ ଇନ୍ ସାଇନ୍ସ ଶ୍ରେଣୀରୁ ଉତିନ୍ନ ହୋଇଥିବା ବିଦ୍ୟାର୍ଥୀ ଙ୍କ ୫୦ ବର୍ଷ ପୁର୍ତ୍ତି ଅବସରରେ ବନ୍ଧୁ ୭୫ ସୁବର୍ଣ୍ଣ ଜୟନ୍ତି ଉତ୍ସବ ଭୁଷଣ୍ଡପୁର ମୁଳିଝରଗଡ ସ୍ଥିତ ମା ଉଗ୍ରତାରା ଙ୍କ ପିଠରେ ମହାସମାରୋହରେ ସମାପନ ହୋଇଯାଇଛି। ଉତ୍ସବ ପ୍ରାରମ୍ଭରୁ ମହାବିଦ୍ୟାଳୟ ର ପ୍ରତିଷ୍ଠାତା କ୍ଷେତ୍ରବାସୀ ରାଉତରାୟ ଙ୍କୁ ସ୍ମରଣ କରାଯିବା ସହିତ ଦିବଙ୍ଗତ ଅଧ୍ୟାପକ-ଅଧ୍ୟାପିକା ଏବଂ ବନ୍ଧୁମାନଙ୍କ ଉଦେଶ୍ୟ ରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ପରେ ପରେ ଗୁରୁପୁଜନ ମହାସମାରୋହ କରାଯାଇ ସୁବର୍ଣ୍ଣ ଜୟନ୍ତି ପୁସ୍ତୀକା ୭୫ ର ଶୁଭ ଉନ୍ମୋଚନ କରାଯାଇଥିଲା। ଅବସରପ୍ରାପ୍ତ ପୁଜ୍ୟ ଗୁରୁ ପ୍ରଫେସର ଗୈlରହରି ପ୍ରଧାନ ଇଂରାଜୀ ବିଭାଗ,ପ୍ରଫେସର ହର ପ୍ରସାଦ ମହାପାତ୍ର ଉଦ୍ଭିଦ ବିଜ୍ଞାନ ବିଭାଗ, ଶ୍ରୀଯୁକ୍ତ ବାଇଧର ପ୍ରଧାନ,ବଡ଼ବାବୁ ଉତ୍ସବ ରେ ଯୋଗଦେଇ ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ପ୍ରତ୍ୟେକ ବନ୍ଧୁମାନଙ୍କ ବିଶଦ ପରିଚୟ ପ୍ରଦାନ ପୁର୍ବକ ଭାବର ଆଦାନ ପ୍ରଦାନ ସମୟରେ ଭାଵବିହ୍ୱଳ ହୋଇପଡୁଥିଲେ ୫୦ ଵର୍ଷ ତଳର ଛାତ୍ର ଜୀବନ , ମହାବିଦ୍ୟାଳୟ ର ପ୍ରତିଛବି ଶ୍ରେଣୀ ଗୃହରେ ପାଠପଢ଼ା ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନଙ୍କ କର୍ମତତ୍ପରତା ଭଲପାଇବା ଓ ଭଲ ମଣିଷ ହୋଇ ପାରିବାର ସ୍ବପ୍ନ ସ୍ମୃତି ସବୁକୁ ମନେପକାଇ ଭାବ ବିହ୍ୱଳ ହୋଇପଡୁଥିଲେ। ଉଭୟ ଗୁରୁ ଓ ପୁରାତନ ବିଦ୍ୟାର୍ଥୀ ମାନେ ଆନନ୍ଦ ଉଲ୍ଲାସରେ ମଜିଯାଇଥିଲେ। ମହାବିଦ୍ୟାଳୟ ର ବିକାଶ ପଥରେ ଆଗେଇ ଚାଲିବାର ଶୁଭ ଭାଵନା ରଖି ସମସ୍ତଙ୍କର ନିରାମୟ ଜୀବନ କାମନା କରି ମା ,ଉଗ୍ରତାରା ଙ୍କୁ ପ୍ରାର୍ଥନା କରାଯାଇଥିଲl lପରେ ଭୋଜି ଭାତର ଆସରରେ ଉତ୍ସବ କୁ ସମାପନ କରାଯାଇଥିଲା। ଉତ୍ସବ କୁ ଆୟୋଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ବିଶେଷ ଧନ୍ୟବାଦ ଦିଆଯାଇଥିଲା।