ଚୋରି ବାଇକ ଫେରିପାଇ ନିରାକାରପୁର ପୋଲିସ କୁ ଧନ୍ୟବାଦ ଦେଲେ ବାଇକ ମାଲିକ
ଖୋର୍ଦ୍ଧା,୨୪.୨.୨୬(ଏ.ଆଇ.ଏମ.ଏ): ଖୋର୍ଦ୍ଧା ଜିଲ୍ଲା ପୋଲିସ ନିରାକାରପୁର ଥାନା ପକ୍ଷରୁ ଚୋରି ଯାଇଥିବା ବାଇକ ମାମଲା କୁ ତଦନ୍ତ କରି ଜଣେ ବାଇକ ଚୋର କୁ ଆଜି ଗିରଫ କରିଥିବା ବେଳେ ବାଇକ କୁ ଉଦ୍ଧାର କରି ବାଇକ ମାଲିକକୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଙ୍କ ନିର୍ଧେଶରେ ବିଶେଷ ସୂତ୍ରରୁ ଖବର ପାଇ ଏସ.ଆଇ ଇଲିଶା ନାୟକ ବେଗୁନିଆ ଥାନା କଡବ ଦେଉଳି ଗ୍ରାମର ରାଜେଶ ସେଠୀ କୁ ବାଇକ ଚୋରୀ ମାମଲାରେ ଗିରଫ କରିବା ସହିତ ଚୋରା ବାଇକ କୁ ଉଦ୍ଧାର କରିଥିଲେ। ଜଟଣୀ ଥାନା କାକୁଡିଆ ଗ୍ରାମର ବାଇକ ମାଲିକ ମନୋଜ କୁମାର ଦାସଙ୍କୁ ତାଙ୍କ ବାଇକ ହସ୍ତାନ୍ତର କରି ଚୋରକୁ କୋର୍ଟ ଚାଲାଣ କରାଯାଇଛି ।କିଛି ଦିନ ପୂର୍ବରୁ ନିରାକାରପୁର ପୋଲିସ ପକ୍ଷରୁ ୧୫ ଟି ଚୋରା ବାଇକ ଉଦ୍ଧାର କରାଯାଇ ଜ଼ିଲ୍ଲାରେ ଥିବା ଥାନା ଗୁଡିକ ମଧ୍ୟରୁ ଚୋରି ବାଇକ ଉଦ୍ଧାର କରିବାରେ ଆଗରେ ରହିଛି ନିରାକାରପୁର ପୋଲିସ l