logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ପକ୍ଷରୁ ଦକ୍ଷତା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ*


ଦାମନଯୋଡି: ଦେଶରେ ଦୀର୍ଘ ଏବଂ ଉତ୍ସର୍ଗୀକୃତ ସେବାକୁ ସ୍ୱୀକୃତି ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସି ଆଇ ଏସ ଏଫ୍) ସର୍ବଦା ନିଜର ସ୍ୱତନ୍ତ୍ରତା ପ୍ରତିପାଦିତ କରି ଆସିଛି । ଏହି ପରିପ୍ରେକ୍ଷୀରେ ସି ଆଇ ଏସ ଏଫ୍ ର ମାନ୍ୟବର ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ ଅନୁସାରେ ଦାମନଯୋଡି ୟୁନିଟ୍ ର ନିଜସ୍ଵ ପ୍ୟାରେଡ୍ ପରେଡ୍ ପଡ଼ିଆରେ ସ୍ଵତନ୍ତ୍ର ଭାବେ ବରିଷ୍ଠ କନଷ୍ଟେବଳ ସମ୍ମାନ ସମାରୋହର ଆୟୋଜନ ହୋଇଥିଲା । ଯେଉଁ କନଷ୍ଟେବଳ ମାନେ ଦୀର୍ଘ ବର୍ଷର ନିଷ୍ଠାପର ସେବା ପୂରଣ କରିଛନ୍ତି ଏବଂ ବିଭିନ୍ନ ଯୋଜନା ଅଧୀନରେ ପ୍ରଥମ ଆର୍ଥିକ ଉନ୍ନତି ପାଇଛନ୍ତି ସେମାନଙ୍କୁ ଆନୁଷ୍ଠାନିକ ଭାବରେ ସମ୍ମାନୀତ କରାଯାଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାଲକୋ, ଦାମନଯୋଡି ୟୁନିଟ୍ ର ୧୯୬ ଜଣ ବରିଷ୍ଠ କନଷ୍ଟେବଳ ଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସେମାନଙ୍କର ଅଭିଜ୍ଞତା, ସମର୍ପଣ ଏବଂ ବାହିନୀ ପ୍ରତି ମୂଲ୍ୟବାନ ଅବଦାନର ପ୍ରତୀକ ଏବଂ ଦୀର୍ଘକାଳୀନ ସେବା କରୁଥିବା କର୍ମଚାରୀଙ୍କ ପାଇଁ ସମ୍ମାନ ଏବଂ ସ୍ୱତନ୍ତ୍ର ପରିଚୟର ପ୍ରତୀକ ଭାବରେ କାର୍ଯ୍ୟ କରେ ।ଏହି ସମାରୋହ ସିନିୟର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟ,ଉପ-କମାଣ୍ଡାଣ୍ଟ (ଅଗ୍ନିଶମ) ନରେନ୍ଦ୍ର ସିଂହ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମୁଧାନ ଏମ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଅଧିକାରୀ ମାନେ ସମ୍ମାନଧାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ପ୍ରତିବଦ୍ଧତା, ଶୃଙ୍ଖଳା ଏବଂ କର୍ତ୍ତବ୍ୟ ନିଷ୍ଠାକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମଟି ଏକ ମର୍ଯ୍ୟାଦାଜନକ ଭାବରେ ଅନୁଷ୍ଠିତ ହୋଇଥିଲା, ଯାହା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ କୁ ଉତ୍ସାହିତ କରିବା ଏବଂ ଦେଶ ପ୍ରତି ସେମାନଙ୍କର ମୂଲ୍ୟବାନ ସେବାକୁ ସ୍ୱୀକାର କରିବା ପାଇଁ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରିବ ବୋଲି ବରିଷ୍ଠ କମାଣ୍ଡାଣ୍ଟଶ୍ରୀ ଆର୍ଯ୍ୟ କହିଥିଲେ ।

44
1843 views

Comment