ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତ ଭବନିପାଟଣା (ଜିଲ୍ଲା କଳାହାଣ୍ଡି) ଓ ବର୍ଷା ସାହିତ୍ୟ ସଂସଦ ଦାମନଯୋଡି (ଜିଲ୍ଲା କୋରାପୁଟ)ର ମିଳିତ ଆନୁକୁଲ୍ୟରେ କବିତା ଆସର
କୋରାପୁଟ/ଦାମନଯୋଡି, ୧୫/୩/୨୦୨୬(ଡଃ ନଳିନୀ କାନ୍ତ ସେନାପତି): କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସଂଗଠନ ଉତ୍କଳ ପଶ୍ଚିମ ପ୍ରାନ୍ତ ଭବାନୀପାଟଣା ଓ ବର୍ଷା ସାହିତ୍ୟ ସାଂସଦ ଦାମନଯୋଡିର ମିଳିତ ଆନୁକୁଲ୍ୟରେ ନାଲକୋ ଦାମନଯୋଡି ଟାଉନସିପ ସେକ୍ଟର ୧ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି କବିତା ଅସରରେ ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ଶାଖାର ଉପ ସଭାପତି ଭାଗିରଥି ବେହେରା ସଭାପତିତ୍ବ କରିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରାନ୍ତୀୟ ସଭାପତି ତିଳକରାମ ନିଆଲ, ଅବସର ପ୍ରାପ୍ତ ଓଡ଼ିଶା କର୍ମଚାରୀ ସଂଘ ସଭାପତି ଶରତ ଚନ୍ଦ୍ର ନାୟକ, ଭବାନୀପାଟଣା ସମ୍ବାଦ ସାହିତ୍ୟ ଘର ସଭାପତି ଆଶୋକ କୁମାର ଖମାରୀ, ଦାମନଯୋଡି ମିଡ଼ିଆ ହାଉସ ସଭାପତି ନରସିଂହ ବ୍ରହ୍ମା, ବର୍ଷା ସାହିତ୍ୟ ସାଂସଦ ଉପ ସଭାପତି ଡଃ ନଳିନୀ କାନ୍ତ ସେନାପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଡଃ ସେନାପତି କବି କବୟିତ୍ରୀ ମାନଙ୍କ ସ୍ୱାଗତ ଭାଷଣ ସହିତ ପରିଚୟ ପ୍ରଦାନ କରିଥିଲେ। କବିତା ଗୁଡ଼ିକୁ ପ୍ରତାପ ଚନ୍ଦ୍ର ପଣ୍ଡା ସଂଯୋଜନା କରିଥିଲେ। ଅନ୍ୟ କବି କବୟିତ୍ରୀ ମାନଙ୍କ ମଧ୍ୟରେ ତପସ୍ଵିନୀ ମିଶ୍ର, ଭାରତ ଭୁଷଣ ଚଲାନ (ଘୁମୁରା ଗୁରୁ), ଶ୍ୟାମଘନ ସାହୁ, ସୋହନଲାଲ ଅଗ୍ରୱାଲ, ଆଦିତ୍ୟ କୁମାର ବେହେରା, ଚନ୍ଦ୍ରମଣି ଚଲାନ, ଜ୍ୟୋତିର୍ମୟୀ ବେହେରା, ସ୍ଵାତୀ ସୁଚରିତା ବେହେରା, ସ୍ୱାସତିକା ବେହେରା, ସୁଷମା ମଞ୍ଜରୀ ଖମାରୀ, ତେଜସ୍ଵୀନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ। କବି ଓ କବୟିତ୍ରୀ ମାନେ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଡଃ ନଳିନୀ କାନ୍ତ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।