logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ବିଂଶତମ ପଞ୍ଚପଟ୍ଟମାଳୀ ନାଟକ ପ୍ରତିଯୋଗିତା ଉଦ୍ଘାଟିତ* *ପ୍ରଥମ ସନ୍ଧ୍ୟାରେ ନାଟକ "ଈଶ୍ୱର ଆଲ୍ଲା ତେରେ ନାମ୍" ଓ "କିନ୍ନର" ମଞ୍ଚସ୍ଥ*


ଦାମନଯୋଡି: ଶିଳ୍ପାଞ୍ଚଳ ଦାମନଯୋଡି ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ 'ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ' ପକ୍ଷରୁ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତା ସେକ୍ଟର-୧ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ସଭାପତି ବିଚ୍ଛନ୍ଦ ଚରଣ ଦାଶ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉଦ୍ଘାଟିତ ହୋଇଯାଇଛି । ନାଲକୋ ଖଣି ଓ ବିଶୋଧନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଓ ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭି ଏସ ଏସ ଆନନ୍ଦ ଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ସମୁହ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଦାମନଯୋଡିର ଆରାଧ୍ୟା ଦେବୀ ମା' କଣ୍ଟାବାଉଁଶୁଣୀ ଙ୍କୁ ପୂଜାର୍ଚ୍ଚନା ଓ ଆରାଧନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଉଦ୍ଘାଟନୀ ସନ୍ଧ୍ୟାରେ ନଟରାଜ ସାଂସ୍କୃତିକ ଅନୁଷ୍ଠାନ, ଭଦ୍ରକ ଦ୍ୱାରା ପ୍ରଥମ ନାଟକ "ଈଶ୍ୱର ଆଲ୍ଲା ତେରେ ନାମ୍" ମଞ୍ଚସ୍ଥ ହୋଇଥିଲା । ଏହାର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ଡଃ ସୁଧାଂଶୁ ନାୟକ । ସେହିପରି ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଶ୍ରାବଣୀ ପକ୍ଷରୁ ଦ୍ୱିତୀୟ ନାଟକ "କିନ୍ନର" ମଞ୍ଚସ୍ଥ ହୋଇଥଲା । ଚନ୍ଦ୍ରଶେଖର ଦାଶ ଙ୍କ ରଚିତ ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ପାଣିଗ୍ରାହୀ । ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର ରମାକାନ୍ତ ମିଶ୍ର, ନବଦୀପ ମହାଳିକ, ଦିନିଶେ ଦାସ ପ୍ରମୁଖ ତିନିଜଣ ବିଚାରକ ମଣ୍ଡଳୀ ଭାବରେ ରହିଛନ୍ତି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବାକୁ ଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୫ ଟି ଆବେଦନ ମଧ୍ୟରୁ ୧୮ଟି ନାଟକ ମଞ୍ଚସ୍ଥ ପାଇଁ ବିବେଚିତ ହୋଇଥିବା ଆୟୋଜକ ଙ୍କ ପକ୍ଷରୁ ସୂଚନା ମିଳିଛି । ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠାନର ମୁଖପତ୍ର 'କଳାକାର' ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ନିର୍ମଳ ରାଉତ ଓ ସଦସ୍ୟ ଶ୍ରୀଧର ପରିଡ଼ା ମଞ୍ଚ ସଂଯୋଜନା କରିଥିବା ବେଳେ ସମସ୍ତ ସଦସ୍ୟ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

38
697 views

Comment