logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଉଦଯାପିତ

ଖୋର୍ଦ୍ଧା,୫.୪.୨୬(ଏ.ଆଇ.ଏମ.ଏ)ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ଖୋର୍ଦ୍ଧା ଜ଼ିଲ୍ଲା ବଡପୋଖରିଆ ସ୍ଥିତ କାର୍ଯ୍ୟାଳୟ ଠାରେ ବଡପୋଖରିଆ ମଣ୍ଡଳର ପ୍ରଶିକ୍ଷଣ ବର୍ଗ ଗତକାଲି ମଣ୍ଡଳ ସଭାପତି ମାଧବ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ଵ ରେ ବିଜେପି ର ଜିଲ୍ଲା ସଭାପତି ବିଶ୍ଵ ରଞ୍ଜନ ବଡ଼ଜେନା ଉଦ୍ଘାଟନ କରିଥିଲେ। ନିକୁଞ୍ଜ କିଶୋର ପଟ୍ଟନାୟକ ବୈଚାରିକ ଅଧିଷ୍ଠାନ, ମନୋଜ ନନ୍ଦ ସ୍ଵତନ୍ତ୍ର ସଘନ ସଂଶୋଧନ , ମଣ୍ଡଳ ପ୍ରଭାରୀ ଦୁଷ୍ମନ୍ତ ହରିଚନ୍ଦନ ଇତିହାସ ବିକାଶ ବକ୍ତବ୍ୟ ରଖିଥିଲେ।ଆଜି ଶ୍ରୀରଞ୍ଜନ ମଙ୍ଗରାଜ କାର୍ଯ୍ୟ ବିସ୍ତାର ,ପ୍ରଫୁଲ୍ଲ ଦଳେଇ ଅନ୍ତ୍ୟୋଦୟ ର ବିକଶିତ ଓଡ଼ିଶା ବିକଶିତ ଭାରତ, ଦିଲ୍ଲୀପ ହୋତା କାର୍ଯ୍ୟ ପଦ୍ଧତି, କେଳୁ ଜଗଦ୍ଦେବ ବୁଥ ପରିଚାଳନା, ପ୍ରତାପ ଚନ୍ଦ୍ର ମହାପାତ୍ର ଏ ଆଇ, ସାମାଜିକ ଗଣମାଧ୍ୟମ ଓ ସରଳ ଆପ ରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଉଦଯାପନ କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବିଜେପିର ପ୍ରଭାରୀ ପବିତ୍ର ମୋହନ ଦାସ,ବିଜେପି ଓଡ଼ିଶା ଶିକ୍ଷକ ପ୍ରକୋଷ୍ଠ ଆବାହକ ଲକ୍ଷ୍ମୀକାନ୍ତ ମିଶ୍ର, ବିଧାୟକଙ୍କ ପ୍ରତିନିଧି ଭାଗିରଥି ସାମନ୍ତରାୟ, ଜିଲ୍ଲା ସମ୍ପାଦିକା ତଥା ବଡପୋଖରିଆ ସମିତି ସଭ୍ୟା ଜ୍ୟୋତ୍ସ୍ନା ରାଣୀ ଜେନା, ଛଣଗିରି ସମିତି ସଭ୍ୟା ତଥା ମଣ୍ଡଳ ସାଧାରଣ ସମ୍ପାଦିକା ସୁମିତ୍ରା ବୈରିସଲ , ଅଚ୍ୟୁତପୁର ସମିତି ସଭ୍ୟ ତଥା ମଣ୍ଡଳ ସାଧାରଣ ସମ୍ପାଦିକ ପୂର୍ଣ୍ଣ ଚନ୍ଦ୍ର ସିଂହ, ସରପଞ୍ଚ ପ୍ରତିନିଧି ଟଙ୍କଧର ମହାପାତ୍ର, ଓଲସିଂହ ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ଭୋଳ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ତଥା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ଜେନା ଙ୍କ ସହିତ ସାତ ଗୋଟି ଶକ୍ତିକେନ୍ଦ୍ରର ପ୍ରମୁଖ , ମଣ୍ଡଳ କମିଟିର ସଦସ୍ୟ ଏବଂ ସମସ୍ତ ବୁଥ ସଭାପତି ଓ ବୁଥ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ।

133
2929 views

Comment