ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ନିବେଶରେ ସମୁଦାୟ 36 ଗୋଟି ପ୍ରକଳ୍ପ ର ଶିଳାନ୍ୟାଶ ଓ ଶୁଭାରମ୍ଭ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ସମୁଦାୟ ୩୬ ଗୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ଏବେ ଆଉ କେବଳ ଏକ ସମ୍ଭାବନାର ରାଜ୍ୟ ହୋଇ ରହିନାହିଁ, ଆମ ରାଜ୍ୟ ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି।
ସୂଚନାଯୋଗ୍ୟଯେ, ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ଶୁଭାରମ୍ଭ ଦ୍ୱାରା ୫୯,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରୀନ ଏନର୍ଜି ଉପକରଣ, ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଏବଂ ପୋଷାକ ଶିଳ୍ପ , ପ୍ଲାଷ୍ଟିକ୍, ପର୍ଯ୍ୟଟନ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରତିରକ୍ଷା ଉତ୍ପାଦନ, ଆଇଟି, ଅଟୋମୋବାଇଲ୍, ସିମେଣ୍ଟ ଶିଳ୍ପ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି, ଯାହା ରାଜ୍ୟର ଅର୍ଥନୀତିରେ ଦ୍ରୁତ ବିକାଶ ଘଟାଇବ।