logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାଲ୍ ସାର୍ଟିଫିକେଟରେ ୨୮ ଵର୍ଷ ଶିକ୍ଷକତା କଲେ ନକଲି ଶିକ୍ଷକ

ଶିକ୍ଷକତା ଭଳି ଚାକିରି ରେ ଜାଲ୍ ସାର୍ଟିଫିକେଟ ବ୍ୟବହାର। ୨୮ ବର୍ଷ ଧରି ସରକାରୀ ଦରମା ଲୁଟ୍। ଏଭଳି କିଛି ଦେଖିବାକୁ ମିଳିଛି ନବରଙ୍ଗପୂର ଜିଲ୍ଲା ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଅଧୀନ ରେ ଥିବା କୁର୍ଷି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ । ବର୍ତ୍ତମାନ ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଜଣେ ଶିକ୍ଷକ ସନ୍ ଧର ମାଝୀ ଶିକ୍ଷକ ଚାକିରି ପାଇବା ସମୟ ରେ +୨ ର ସାର୍ଟିଫିକେଟ ପ୍ରଦାନ କରିଥିଲେ ତାହା ନକଲି ଥିଲା ବୋଲି ଚାକିରିର ୨୮ ବର୍ଷ ପରେ ଜଣା ପଡ଼ିଲା । ସମ୍ପୃକ୍ତ ଶିକ୍ଷକ ଚାକିରି ପାଇବା ସମୟ ରେ ନକଲି +୨ ସାର୍ଟିଫିକେଟ ଦେଇଥିବା କୌଣସି ସୂତ୍ର ରୁ ଶିକ୍ଷା ବିଭାଗ ଜାଣିବା ପରେ ଏହାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କୁ ଲେଖିଥିଲେ । କିନ୍ତୁ ତଦନ୍ତ ପରେ ଜଣା ପଡ଼ିଲାଯେ ସାର୍ଟିଫିକେଟ ଟି ଶିକ୍ଷକ ଜଣକ କର୍ଣ୍ଣାଟକ ସେକେଣ୍ଡଡିଏରୀ ୟୁନିଭର୍ସ ସିଟିରୁ ସାର୍ଟିଫିକେଟ ହାସଲ କରିଛନ୍ତି । ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କୁ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେଇଛନ୍ତି । ଉମରକୋଟ ଥାନା ରେ କେସ ନମ୍ବର ୮୦/୨୬ ରେ ଏକ ମାମଲା ରୁଜ୍ଜୁ କାରା ଯାଇଛି। ବର୍ତ୍ତମାନ ଶିକ୍ଷକ ଜଣକ କୁଆଡେ ଚାଲି ଯାଇଛନ୍ତି ଏବଂ ତାଙ୍କ ମୋବାଇଲ ବନ୍ଦ ରହିଛି ବୋଲି ଖବର ରହିଛି। ସରକାର ଙ୍କ ନିୟମ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ । ଅନ୍ୟ ପକ୍ଷ ରେ ଜିଲ୍ଲା ରେ ଆହୁରି ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅନୁମାନ କରାଯାଉଛି। ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ |

0
90 views

Comment