logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା – ପଞ୍ଚମ ଦିବସ

ଦେବଗଡ଼ ତା ୧୪/୦୪/୨୦୨୬ ରିଖ :-ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନଙ୍କ ଆନୁକୂଳ୍ୟରେ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍‌ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି ଅନ୍ତଃ କ୍ଳବ୍ ଓ ଅନ୍ତଃ ଜିଲ୍ଲା ଖେଳ ପ୍ରତିଯୋଗିତା ୨୦୨୬ ର ପଞ୍ଚମ ଦିବସ ଉତ୍ସାହମୟ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତା ତା. ୧୦.୦୪.୨୦୨୬ ରୁ ୧୯.୦୪.୨୦୨୬ ପର୍ଯ୍ୟନ୍ତ ୧୪ ବର୍ଷରୁ କମ୍ ବୟସର ପୁଅ ଓ ଝିଅମାନଙ୍କ ମଧ୍ୟରେ ଫୁଟବଲ୍, ଖୋ-ଖୋ, ଭଲିବଲ୍ ଓ କବାଡି ଖେଳ ଅନୁଷ୍ଠିତ ହେଉଛି।
ଆଜିର କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ହୋଇଥିବାବେଳେ, ମୁଖ୍ୟ ଅତିଥି ଭାବେ ଆଇ.ଆଇ.ସି ଦେବଗଡ଼ ଶ୍ରୀ ସବ୍ୟସାଚୀ ଶତପଥୀ ଓ ବରୋଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ, ଅତିରିକ୍ତ ତହସିଲଦାର ବାରକୋଟ ଶ୍ରୀ ଶିବବ୍ରତ ନାୟକ, ବରିଷ୍ଠ କ୍ରୀଡ଼ାବିତ୍ ଶ୍ରୀ ମଧୁ ନସିର ଖାଁ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ନାୟକ ଓ ଉପସଭାପତି ଶ୍ରୀ ସତ୍ୟନାରାୟଣ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ବାଳକ ବିଭାଗରେ ମା ଦୁର୍ଗା କ୍ଳବ୍ କାଲକାଠ ଓ ବାପୁଜୀ କ୍ଲବ୍ ଦେବଗଡ଼ ମଧ୍ୟରେ ଖେଳିଥିବା ମ୍ୟାଚ୍ ଡ୍ର ରହିଥିଲା। ବାଳିକା ବିଭାଗରେ ପ୍ରଧାନପାଟ କ୍ଳବ୍ ଝାରମୁଣ୍ଡା କ୍ଳବ୍‌କୁ ୧–୦ ଗୋଲରେ ପରାସ୍ତ କରି ବିଜୟ ହାସଲ କରିଥିଲା। ଖେଳକୁ ମୁକୁନ୍ଦ ବେହେରା, ଆଲୋକ କୁମାର ବେହେରା, ଚିନ୍ମୟ ସାହୁ ଓ ପ୍ରଦୀପ କିସାନ ପରିଚାଳନା କରିଥିବାବେଳେ, ମ୍ୟାଚ୍ କମିଶନର ଭାବେ ପ୍ରଦୀପ କୁମାର ବେହେରା କାର୍ଯ୍ୟ ତୁଳାଇଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ା ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଓ ଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ନାୟକ ସଂଯୋଜନା କରିଥିଲେ।

4
187 views

Comment