logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତାର ଷଷ୍ଠ ଦିବସ ଅନୁଷ୍ଠିତ

ଦେବଗଡ଼, ତା ୧୫/୦୪/୨୦୨୬ ରିଖ :-
ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନଙ୍କ ଆନୁକୂଳ୍ୟରେ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍‌ରେ ଚାଲିଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ଆନ୍ତଃ କ୍ଲବ୍ ଓ ଆନ୍ତଃ ଜିଲ୍ଲା ଖେଳ ପ୍ରତିଯୋଗିତା–୨୦୨୬ (ଦ୍ୱିତୀୟ ସଂସ୍କରଣ) ର ଆଜି ଷଷ୍ଠ ଦିବସ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ତା ୧୦.୦୪.୨୦୨୬ ରୁ ୧୯.୦୪.୨୦୨୬ ପର୍ଯ୍ୟନ୍ତ ୧୪ ବର୍ଷରୁ କମ୍ ବୟସର ପୁଅ ଓ ଝିଅମାନଙ୍କ ମଧ୍ୟରେ ଫୁଟବଲ୍, ଖୋ-ଖୋ, ଭଲିବଲ୍ ଓ କବାଡି ଖେଳରେ ଆୟୋଜିତ ହେଉଛି।
ଆଜିର କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ଶ୍ରୀ ପରିକ୍ଷିତ ସାହୁ ମୁଖ୍ୟ ଅତିଥି ଭାବେ ଓ ଡେପୁଟି କଲେକ୍ଟର ଶ୍ରୀମତୀ ପ୍ରିୟା ତିର୍କି ବରୋଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ବରିଷ୍ଠ ନାଗରିକ ଶ୍ରୀ ହେମନ୍ତ ମହାପାତ୍ର, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ନାୟକ ଓ ଉପସଭାପତି ଶ୍ରୀ ସତ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ଖେଳ ଫଳାଫଳ ଅନୁସାରେ, ବାଳକ ବିଭାଗର ପ୍ରଥମ ଫୁଟବଲ୍ ମ୍ୟାଚ୍ ରାଧାକୃଷ୍ଣ କ୍ଲବ୍ ଝରାକଣ୍ଡଳ ଓ ରେଙ୍ଗାଳବେଡା କ୍ଲବ୍ ମଧ୍ୟରେ ହୋଇ ୧–୧ ଗୋଲରେ ଡ୍ର ହୋଇଥିଲା। ବାଳିକା ବିଭାଗର ମ୍ୟାଚ୍ ମା ମଙ୍ଗଳା କ୍ଲବ୍ ତିଲେଇବଣି ଓ କୁଣ୍ଢେଇଗୋଳା ମନୋରମା କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ, ଏହା ମଧ୍ୟ ଡ୍ରରେ ସମାପ୍ତ ହୋଇଥିଲା।
ଖେଳଗୁଡ଼ିକୁ ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ଆଲୋକ କୁମାର ବେହେରା, ଚିନ୍ମୟ ସାହୁ ଓ ପ୍ରଦୀପ କିସାନ ପରିଚାଳନା କରିଥିଲେ। ମ୍ୟାଚ୍ କମିଶନର ଭାବେ ପ୍ରଦୀପ କୁମାର ବେହେରା କାର୍ଯ୍ୟ ତୁଳାଇଥିଲେ।
ଏହି ଅବସରରେ ବିଭିନ୍ନ କ୍ରୀଡ଼ା ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ନାୟକ ସଂଯୋଜନା କରିଥିଲେ।

0
0 views

Comment